VASTU

ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ

ଧନ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ । ସର୍ବଦା ଖୁସି ଓ ଶାନ୍ତିରେ ରହିବ ପାଇଁ ଧନ ନିହାତି ଦରକାର । କେହି ନିଜ ପରିବାର ପୋଷଣ ପାଇଁ ଧନ ଉପାର୍ଜନ କରନ୍ତି ତ କେହି ଅଧିକ ଧନୀ ହେବ ପାଇଁ ଧନ ଉପାର୍ଜନ କରନ୍ତି । ମାତ୍ର ଅନେକ ଲୋକଙ୍କ ଅଭିଯୋଗ ହେଲା ଯେ, ଯେତେ ରୋଜଗାର କଲେ ମଧ୍ୟ ପଇସା ଅଣ୍ଟୁନି । ପଇସା କୁଆଡେ ଆସି କୁଆଡେ ଯାଉଛି ଜଣାପଡୁନି । ଏଥିପାଇଁ ଚିନ୍ତିତ ହେବାର କିଛି ଆବଶ୍ୟକତା ନାହିଁ। ବାସ୍ତୁଶାସ୍ତ୍ରରେ ଏପରି କିଛି ଛୋଟ ଛୋଟ ଉପାୟ କୁହାଯାଇଛି ଯାହାକୁ ଆପଣାଇଲେ ଆପଣଙ୍କ ଅଯଥା ଖର୍ଚ୍ଚ କମିବା ସହ ଧନ ବୃଦ୍ଧି ଘଟିବ।

ଜାଣନ୍ତୁ ସେହି ସବୁ ଉପାୟ :-

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଧନର ଦେବତା କୁବେର ବାସ କରନ୍ତି। ତେଣୁ ନିଜର ମୂଲ୍ୟବାନ ଦ୍ରବ୍ୟ, ଗହଣା ଓ ଟଙ୍କା ପୂର୍ବ ଦିଗରେ ରଖନ୍ତୁ। ମୂଲ୍ୟବାନ ଦ୍ରବ୍ୟ ଓ ଟଙ୍କା କେବେ ବି ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।

bank ରୋଜଗାର ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ bank

ଘରେ ଆଲମାରୀକୁ ଦକ୍ଷିଣ ଦିଗକୁ ରଖନ୍ତୁ। ଧ୍ୟାନ ଦେବେ ଆଲମାରୀର ମୁହଁ ଯେମିତି ଉତ୍ତର ଦିଗକୁ ହିଁ ଖୋଲିବ। ଏପରି କଲେ ରୋଜଗାରର ବାଟ ଫିଟିଥାଏ ଓ ଧନ ବୃଦ୍ଧି ଘଟିଥାଏ। ଆଉ ଗୋଟେ କଥା ମନେ ରଖିବେ ଆଲମାରୀର ଲକର ସବୁ ବେଳେ ଉପରେ ରଖିବେ ଓ ଏହା ତଳକୁ ଶାଢି ରଖିବେ। କେବେ ବି ଶାଢି ରଖୁଥିବା ସ୍ଥାନର ତଳେ ଲକର ରଖନ୍ତୁ ନାହିଁ।

ଘରେ କେଉଁଠି ବି ଅଳନ୍ଦି ଯେମିତି ନ ଲାଗିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯେଉଁ ଘରେ ଆଲମାରୀ ଓ ମୂଲ୍ୟବାନ ଦ୍ରବ୍ୟ ରଖୁଛନ୍ତି, ସେଠାରେ କେବେ ବି ଅଳନ୍ଦି ଲାଗିବାକୁ ଦିଅନ୍ତୁ ନାହିଁ।

ଘରେ ପୁରୁଣା କ୍ୟାଲେଣ୍ଡର ଓ ଅଚଳ ଘଣ୍ଟା ରଖନ୍ତୁ ନହିଁ । ଏହା ଦ୍ଵାରା ଘରେ ସର୍ବଦା ଅଭାବ ଅନଟନ ସହ ଅଶାନ୍ତି ଲାଗିରହିବ ।

ପଢନ୍ତୁ, ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଚାନ୍ଦି ହାତୀ ରଖିବାଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

Krishna Kumar Manoj

ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

Krishna Kumar Manoj

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More