News

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

Mn

ମୌସୁମୀ କେରଳ  ଛୁଇଁବାର ସପ୍ତାହେ ପରେ ବି ଓଡ଼ିଶା ପହଞ୍ଚିପାରି ନାହିଁ। ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୨ରୁ ୩ ଦିନ ସମୟ ଲାଗିବ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରିଛି। ଗତ 8 ତାରିଖରେ ମୌସୁମୀ କେରଳ ଦେଇ ଭାରତରେ ପ୍ରବେଶ କରିଥିବା ବେଳେ ସାମୂଦ୍ରିକ ଝଡ଼ ବାୟୁ   କାରଣରୁ ମୌସୁମୀ ଓଡ଼ିଶା ଆସିବାରେ ବିଳମ୍ବ ହେଉଛି ।  ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଞ୍ଚଳରେ ଆଗାମୀ ଦିନ ମଧ୍ୟରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହେବ । ଆଗାମୀ ୨ ଦିନ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହି ଅଞ୍ଚଳ ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରଜ୍ୟରେ ଆସନ୍ତାକାଲିଠାରୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଭଳି ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ। ଯାହାର ପ୍ରଭାବ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ବୋଲି ଆକଳନ ହୋଇଛି। ମାଲକାନଗିରି, କୋରାପୁଟ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ:  ଜୁନ ୨୧ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ

Related posts

ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

Ratnamani Moharana

ପେଟ୍ରୋଲ ଡିଜେଲ ପରେ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

ENO Beuro

ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

ENO Beuro

Leave a Comment