News

ଆସନ୍ତା ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ

U2

ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଶନିବାର କେରଳ ଛୁଇଁଛି। ମୌସୁମୀ ବାୟୁ ପ୍ରବେଶ କରିବା ପରେ ରାଜ୍ୟର ଉପକୂଳ ସମେତ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶାରେ ମୌସୁମୀ ପହଞ୍ଚିବା ଲାଗି ପାଖାପାଖି ୧୦ ଦିନ ସମୟ ଲାଗିଥାଏ। କିନ୍ତୁ ପାଗ ଅନୁକୂଳ ରହିଲେ ଆଗାମୀ ୭ଦିନ ମଧ୍ୟରେ  ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

 

ଆହୁରି କୁହାଯାଇଛି ଯେ,୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା   ଆରମ୍ଭ ହେବ। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ ପହିଲା ବେଳକୁ ସାରା ଦେଶରେ ମୌସୁମୀ ପ୍ରାୟତଃ ସକ୍ରିୟ ହୋଇଯାଇଥାଏ।

ପଢନ୍ତୁ: ଗୋଆ ବିମାନବନ୍ଦରରେ ବିମାନରୁ ଖସିଲା ଇନ୍ଧନ ଟ୍ୟାଙ୍କ

Related posts

ରାଫେଲ ପାଇଁ ବିବାଦ ଘେରରେ ଛତିଶଗଡର ଛୋଟ ଗାଁ

Ratnamani Moharana

ପାରାଦୀପ ହେବ ବିକାଶର ଇଞ୍ଜିନ, ୧୧ ହଜାରେ କୋଟିର ପ୍ରକଳ୍ପ ଉଦଘାଟିତ

ENO Beuro

ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

ENO Beuro

Leave a Comment