News

୭ରେ କେରଳ, ଜୁନ୍‌ ୧୫ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

Mom

ଓଡ଼ିଶାରେ ରଜ ପରେ ଆସିପାରେ ମୌସୁମୀ

ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  କେରଳରେ କେବେ ପହଞ୍ଚିବ, ତାକୁ ନେଇ ସସପେନ୍ସ ଜାରି ରହିଛି। ମୌସୁମୀ ଆସନ୍ତା ୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା ଥିବା କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି। ପୂର୍ବରୁ ସ୍କାଏମେଟ୍‌ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି କହିଥିଲା। କିନ୍ତୁ ମେ’ ୧୮ରେ ଆଣ୍ଡାମାନ ଛୁଇଁଥିବା ମୌସୁମୀ ପ୍ରତିକୂଳ ପରିସ୍ଥିତି ଯୋଗୁ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ଏବେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୁଳ ପାଗ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୭ ତାରିଖ ସୁଦ୍ଧା କେରଳରେ ନିଜର ଉପସ୍ଥିତି ଜାହିର କରିବ ବୋଲି ସ୍କାଏମେଟ୍‌ର ବରିଷ୍ଠ ପାଣିଗାଗ ବିଶେଷଜ୍ଞ ଏଭିଏମ ଜିପି ଶର୍ମା  କହିଛନ୍ତି।

ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥାଏ। ଯଦି କେରଳରେ ଏହା ୭ରେ ପ୍ରବେଶ କରିବ, ତା’ହେଲେ ରଜ ପରେ ଯାଇ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପଟେ ୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାକୁ ଯାଉଛି । ଏହା ଯଦି ଲଘୁଚାପରେ ପରିଣତ ହୁଏ ‌ଓ ଉପକୂଳ ମୁହାଁ ହୁଏ ତେବେ ଓଡ଼ିଶାରେ ରଜ ପୂର୍ବରୁ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।

ପଢନ୍ତୁ: ୬ରୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Related posts

ଏଏଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷା

ENO Beuro

ସ୍କୁଲ ବହିରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନୀ

ENO Beuro

କଂଗ୍ରେସ, ବିଜେପି ଉପରେ ବର୍ଷିଲେ ନବୀନ,”ଋଣ ଛାଡ଼ ଦେଶକୁ ଦେବାଳିଆ କରିଦେବ”

ENO Beuro

Leave a Comment