News

୯ ରାଜ୍ୟରେ ତାଣ୍ଡବ ରଚୁଛି ବନ୍ୟା

Untitled 1

ଦକ୍ଷିଣ ପଶ୍ଚିମ ରାଜ୍ୟ  ଗୁଡ଼ିକରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ଏବେ ୮୦ରେ ପହଞ୍ଚିଥିବାବେଳେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ମଧ୍ୟ ଭୟଙ୍କର ସ୍ଥିତି ଉପୁଜିଛି। ଏହି ୩ ଟି ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ଏବେ ୧୦୫ରେ ପହଞ୍ଚିଛି। ଅନ୍ୟପକ୍ଷେ ଉତ୍ତରାଖଣ୍ଡ ଓ ଜମ୍ମୁ‌ରେ ଭୂସ୍ଖଳନ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡରେ ଅଚାନକ୍‌ ବନ୍ୟା ଆସି ଏକ ୨ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

Flood 2
Flood 

ପ୍ରାୟ ୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ବର୍ଷା ପ୍ରଭାବିତ ରାଜ୍ୟ ଗୁଡ଼ିକରେ ମୃତ୍ୟୁ ସଂଖ୍ୟା ୨୨୭ରେ ପହଞ୍ଚିଛି। କେରଳରେ ମୃତ୍ୟୁସଂଖ୍ୟା ୭୬ରେ ପହଞ୍ଚିଥିବାବେଳେ ଆହୁରି ୫୮ ଜଣ ଏବେ ବି ନିଖୋଜ ଅଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଆଜି ୱାୟନାଡ଼ରେ ବିଭିନ୍ନ ରିଲିଫ୍‌ ଶିବିର ବୁଲିଛନ୍ତି ଏବଂ କେନ୍ଦ୍ର ସରକାର ବନ୍ୟା ପ୍ରବଣ ଅଞ୍ଚଳକୁ ସହଯୋଗ କରିବାପାଇଁ ଅନୁରୋଧ କରିଛନ୍ତି। ସେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିବା କହିଛନ୍ତି।

ଉତ୍ତରାଖଣ୍ଡରେ ଧସିଲା ପାହାଡ଼

Hill 750x430
Hill 

 ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ବର୍ଷାର ତାଣ୍ଡବ । ଅନେକ ସ୍ଥାନରେ ମୁଷଳ ଧାରାରେ ବର୍ଷା ହେଉଛି । ରାଜରାସ୍ତାରେ ଧସିଛି ପାହାଡ । ବଦ୍ରିନାଥ ଯିବାକୁ ଥିବା ରାଜରାସ୍ତା ଭୂସ୍ଖଳନ ଯୋଗୁଁ ବନ୍ଦ ହୋଇଯାଇଛି । ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡରେ ଥିବା ଏକ ପାହାଡ ମାତ୍ର ୧୨ ସେକେଣ୍ଡରେ ଧସିଯାଇଛି । ଆଉ ରାଜରାସ୍ତା ପାଲଟିଛି ଝରଣା ।

ପଢନ୍ତୁ: ପଶୁଙ୍କ ପ୍ରେମରେ ପାଗଳ ରାଜଧାନୀର ଇଂଜିନୟରିଂ ଛାତ୍ର କୁଶଳ

 

Related posts

ପ୍ରକାଶ ପାଇଲା ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

Ratnamani Moharana

ଅଭିନେତ୍ରୀ ପ୍ରକୃତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ENO Beuro

ଆଜି ନବୀନ ଯିବେ ସୁରଟ,ଯୋଗଦେବେ ‘ଓଡ଼ିଶା ମହୋତ୍ସବ’ରେ

ENO Beuro

1 comment

Leave a Comment