ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
Loading...
ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଫେରିବ। ଅକ୍ଟୋବର ତୃତୀୟ ସପ୍ତାହ, ଏପରିକି ଦୀପାବଳି ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିବାର ନାହିଁ। ଅନ୍ୟପଟେ ଏବେ ରାଜ୍ୟକୁ ଉତ୍ତରା ପବନ ପ୍ରବାହିତ ହେବାର ସମ୍ଭାବନା କ୍ଷୀଣ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟର ତାପମାତ୍ରା ମଧ୍ୟ ତଳକୁ ଖସିବ ନାହିଁ ଓ ଶୀତ ବିଳମ୍ବରେ ଆସିବ।
ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ବି ସକ୍ରିୟ ରହିଛି। ଏଥିସହିତ ରାଜ୍ୟରେ ବର୍ଷା ଜାରି ରହିଛି। ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଫେରିବ। ଅକ୍ଟୋବର ତୃତୀୟ ସପ୍ତାହ, ଏପରିକି ଦୀପାବଳି ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିବାର ନାହିଁ। ଅନ୍ୟପଟେ ଏବେ ରାଜ୍ୟକୁ ଉତ୍ତରା ପବନ ପ୍ରବାହିତ ହେବାର ସମ୍ଭାବନା କ୍ଷୀଣ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟର ତାପମାତ୍ରା ମଧ୍ୟ ତଳକୁ ଖସିବ ନାହିଁ ଓ ଶୀତ ବିଳମ୍ବରେ ଆସିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁସାରେ, ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏପଟେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିଲା। ହେଲେ ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ମାତ୍ର ୯ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମୀ ଦିନ ବର୍ଷା ହୋଇପାରେ।
ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଆସନ୍ତା ୨ ଦିନ ଉପକୂଳ ତଥା ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏହି ଦୁଇ ଦିନ ପାଇଁ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ। ୯ ତାରିଖ ଦିନ ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ପୁରୀ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ସର୍ବାଧିକ ଦିନ ତାପମାତ୍ରା ୩୦ ଡିଗ୍ରି ଓ ରାତିର ତାପମାତ୍ରା ୨୪ ଡିଗ୍ରି ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ବି ରହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।
ଇସ୍କନ୍ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।