News

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

assembly

ଆଜି ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି। ମୋଟାମୋଟି ଦେଖିବାକୁ ଗଲେ ମୌସୁମୀ ଅଧିବେଶନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ମାନବ ଚାଲଣ ନିରୋଧ ଏବଂ ଖାଉଟି ସୁରକ୍ଷା ବିଲ୍ ରାଜ୍ୟସଭାରେ ପାରିତ ହୋଇପାରିଲା ନାହିଁ । ଯଦିଓ ନୂଆ ମାନବ ଚାଲାଣ ବିଲକୁ ଲୋକସଭାରେ ପାରିତ କରାଯାଇଛି ତଥାପି ଏହି ଆଇନ୍ କେତେଦୂର ଫଳପ୍ରଦ ହେବ ତାହା ଉପରେ ପ୍ରଶ୍ନ ଉଠୁଛି ।

assembly

ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।

ଏଥିସହ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ ହୋଇଛି। ଗୃହରେ ୧୭୧୪ଟି ଲିଖିତ ପ୍ରଶ୍ନ ଉପସ୍ଥାପନ କରାଯାଇଥିବା ବେଳେ ୫ଟି ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ସ୍ବଳ୍ପକାଳୀନ ଅଧିବେଶନରେ ଚାଷୀ, ଶିକ୍ଷକ, ସମବାୟ ଓ ଓମ୍‌ଫେଡ୍‌ରେ ହୋଇଥିବା ଦୁର୍ନୀତି ବିଷୟରେ ଆଲୋଚନା କରାଯାଇଥିଲା।

ପଢନ୍ତୁ;ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌ ଖାନ

Related posts

ଉପଗ୍ରହ “ଆଇଆରଏନଏସଏସ-୧ଏଚ” କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା’ ଆରମ୍ଭ

ENO Beuro

Leave a Comment