News

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

odisha

୧୧ ଦିନ ଚାଲିବ,ଆସିବ ଅତିରିକ୍ତ ବଜେଟ

ସେପ୍ଟେମ୍ବର ୪ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଛି । ଆଗକୁ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ରହିଥିବା ବେଳେ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଇତିମଧ୍ୟରେ ଘଟିଯାଇଥିବା ବିଭିନ୍ନ ଘଟଣା ଅଧିବେଶନକୁ ସରଗରମ କରିବ। ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରୁ ଆରମ୍ଭ କରି ଗୁରୁପ୍ରିୟା ସେତୁ ଦୁର୍ନୀତି ଅଧିବେଶନକୁ କବଳିତ କରିପାରେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଦ୍ବିତୀୟ ଶେଷ ଅଧିବେଶନ ବୋଲି କୁହାଯାଇପାରେ । କାରଣ ଏହା ପରେ ହୁଏତ ଶୀତ ଅଧିବେଶନ ଶେଷ ଅଧିବେଶନ ହେବ।

ଆଗୁଆ ନିର୍ବାଚନକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଥିବାରୁ ରାଜ୍ୟ ସରକାର ଆସନ୍ତା ଅଧିବେଶନରେ ଅତରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‍ ଉପସ୍ଥାପନ କରିବେ। ସେହିପରି ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ଧାନର ଏମ୍‍ଏସ୍‍ପି ପ୍ରସଙ୍ଗରେ ଗୃହ ଉଷ୍ମ ରହିପାରେ ବୋଲି ରାଜନୈତିକ ମହଲ ଅନୁମାନ କରିଛନ୍ତି।

odisha

ପଢନ୍ତୁ;ଚର୍ମରୋଗ ଦୂର କରିଥାଏ “ହଳଦୀ”! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

ମହାଥିର ହେଲେ ବିଶ୍ୱର ସବୁଠ ବୟସ୍କ ପ୍ରଧାନମନ୍ତ୍ରୀ

ENO Beuro

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

1 comment

Leave a Comment