POLITICALS

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ଆଜିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ । ଆଜି ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ ।  

ଚଳିତ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟଦିବସ ରହିଛି । ଏହି ଅଷ୍ଟମ ଦିବସୀୟ ଅଧିବେଶନରେ ୬ଟି ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନରେ ୯ଟି ବିଲ୍‌ ପାରିତ ହେବାର ସୂଚନା ରହିଛି । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ,ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ସଂଶୋଧନ, ମୋଟର ଯାନ ଧାର୍ଯ୍ୟକରଣ ବିଲ୍‌, ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍‌, ଯନ୍ତ୍ରୀ ସେବା ସଂଶୋଧନ ବିଲ୍‌ ରହିଛି । 

ଅଧିବେଶନ ସମୟରେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପାଇଁ ଆସୁଥିବା କେତେକ ସଂଗଠନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ବୋଲି ଗୁଇନ୍ଦା ସୂଚନା ମିଳିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଜି ଅପରାହ୍‌ଣରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ନିର୍ଦେଶକ ସୁନୀଲ ରାୟ, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ବିଧାନସଭା ପରିସରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ,୩ ଜଣ ଆଡ଼ିସିନାଲ୍‌ ଡିସିପି ଓ ନିଜେ ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଏହା ସହିତ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନକାରୀଙ୍କ ଉପରେ ସିସିଟିଭି କ୍ୟାମେରା ନଜର ରଖିବ । ଏତଦ୍‌ବ୍ୟତିତ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷାବାହିନୀ ଅହୋରାତ୍ର ଜଗି ରହିବେ ବୋଲି ସୂଚନା ମିଳିଛି । 

ବିଧାନସଭାର ପ୍ରବେଶପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ପୋଷ୍ଟରେ କାର୍‌ କିମ୍ବା ବାଇକ୍‌ ପ୍ରବେଶ କରିବା ପରେ ସେସବୁ ଅଟକାଇ ଯାଞ୍ଚ  କରାଯିବ ଏବଂ ବିଧାନସଭା ଭିତରକୁ ଛଡ଼ା ଯିବ । ଆବଶ୍ୟକ ହେଲେ କାର୍‌ ଓ ବାଇକ୍‌ର କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ।

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ  ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ଶହିଦଙ୍କ ଝିଅର ସମସ୍ତ ପଢା ଖର୍ଚ ବହନ କରିବେ କ୍ରିକେଟର ଗୌତମ ଗମ୍ଭୀର

Related posts

୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ : ସୋନିଆ ଗାନ୍ଧି

Krishna Kumar Manoj

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

Krishna Kumar Manoj

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More