ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା

ଆଗାମୀ ଜୁନ ୯ ପରେ ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନରେ ମୌସୁମୀ ବାୟୁ ଓଡ଼ିଶାକୁ ଆସୁ ନଥିଲେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ମୌସୁମୀ ଏବେ ଅଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପଣ୍ଡିଚେରୀ, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ପହଞ୍ଚିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ରୟାଲସୀମା, ଦକ୍ଷିଣ କୋଙ୍କଣ, ଗୋଆ, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ଅନୁମାନ କରାଯାଉଛି।

ଅନ୍ୟ ପଟେ ଆଜି ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା। ଉପକୂଳ ଓଡିଶାରେ ପ୍ରବଳ ବର୍ଷା ପବନ ବହିବା ନେଇ କହିଛି ଆଂଚଳିକ ପାଣି ପାଗ କେନ୍ଦ୍ର। ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଓ ମୟୁରଭଂଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପଢନ୍ତୁ; ରାଜଧାନୀର ଏକ ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ!

ଆଗାମୀ ଜୁନ ୯ ପରେ ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି - 4.5

90%

ଅନ୍ୟ ପଟେ ଆଜି ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା। - 4.3

86%
4.4/5

Very Good!

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ଆଗାମୀ ଜୁନ ୯ ପରେ ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନରେ ମୌସୁମୀ ବାୟୁ ଓଡ଼ିଶାକୁ ଆସୁ ନଥିଲେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ମୌସୁମୀ ଏବେ ଅଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପଣ୍ଡିଚେରୀ, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ପହଞ୍ଚିଛି ।

5/5 Votes: 1 user

You're not rated yet