News

୫ରୁ ମୌସୁମୀ ବର୍ଷା,୭ରେ ଲଘୁଚାପ!

କାଳ ବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟବ୍ୟାପୀ ତାପମାତ୍ରା ଖସିଛି। ଆସନ୍ତା ୧ କିମ୍ବା ୨ ତାରିଖରୁ ରାଜ୍ୟରେ ପ୍ରାକ୍ ମୌସମୀ ବର୍ଷା ଆରମ୍ଭ ହୋଇଯିବ। ୫ ତାରିଖବେଳକୁ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀର ପ୍ରଭାବ ଅଧିକ ଦେଖାଯିବ। ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରପୁଟ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିରେ ଝଡ଼ବର୍ଷା ହେବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିମି ରହିବ। ତେଣୁ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ତେଣୁ ସମୁଦ୍ରକୁ ଯିବା ସମୟରେ ମତ୍ସ୍ୟଜୀବୀ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ମେ ୨୯ରେ ମୌସୁମୀ କେରଳ ଛୁଇଁବା ପରଠାରୁ କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ବର୍ଷା ଜାରି ରହିଛି।

ପଢନ୍ତୁ; ରାଜଧାନୀରୁ ମାଓ ନେତା ଗିରଫ!

Related posts

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ଲିଙ୍କ କେମିତି କରିବେ ଜାଣନ୍ତୁ

ENO Beuro

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

ENO Beuro

କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

ENO Beuro

1 comment

Leave a Comment