News

କେରଳରେ ମୌସୁମୀ: ତୃତୀୟ ସପ୍ତାହ ପୂର୍ବରୁ ଓଡ଼ିଶା ଆସିବନି

Mmm

କେରଳରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଯଦିଓ ମୌସୁମୀ ଆସିବାନେଇ ପାଣିପାଗ ବିଭାଗ ଏଯାଏ ବିଧିବଦ୍ଧ ଘୋଷଣା କରିନି। ତେବେ କେରଳରେ ମୌସୁମୀ    ବର୍ଷା ପ୍ରବେଶ କରିସାରିଛି। ଆଗାମୀ ୭୨ ଘଣ୍ଟା ମଧ୍ୟରେ ନାଗାଲାଣ୍ଡ, ଛତିଶଗଡ଼, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ ଏବଂ କେରଳରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଉତ୍ତର ଭାରତର ଅନେକ ଅଂଚଳରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ପୁଣି ସିଝିବ ଓଡିଶା

ମୌସୁମୀ କେରଳ ଛୁଇଁ ସାରିଥିଲେବି ଗରମରେ ସଢୁଥିବା ଓଡିଶାର ଭାଗ୍ୟ କିନ୍ତୁ ଏତେ ଶୀଘ୍ର ବଦଳିବାର ଲକ୍ଷଣ ଦେଖାଯାଉନାହି। ମୌସୁମୀ ଏବେବି ଓଡିଶାଠାରୁ ବହୁ ଦୂରରେ ରହିଛି। ତାଜା ଆକଳନ କହୁଛି ମୌସୁମୀ ଆସିଲାବେଳକୁ ଆହୁରି ୧୫ ଦିନ ସମୟ ଲାଗିଯିବା। ଆସନ୍ତା ୨୨ ତାରିଖ ଯାଏଁ ମୌସୁମୀର ଚିହ୍ନବର୍ଣ ଦେଖାଯିବ ନାହି ଓଡିଶାରେ। ଘୂର୍ଣ୍ଣିବଳୟ   ପ୍ରଭାବରେ ଏବେ ସିନା ଆକାଶ ମେଘାଚ୍ଛନ୍ନ ରହୁଛି। ‌ତେବେ ଦୁଇ ଦିନ ପରେ ପୁଣିଥରେ ପୂର୍ବସ୍ଥିତି ଫେରିବ। ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣିଥରେ ୪୫ ଡିଗ୍ରି ଡେଇଁବ। ଉପକୂଳରେ ବି ପାରଦ ୪୦ ଡିଗ୍ରି ଟପିପାରେ।

ଆହୁରି ପଢନ୍ତୁ: ବାୟୁସେନା ନିଖୋଜ ବିମାନରେ ଥିଲେ ଓଡିଆ ପୁଅ ସୁମିତ ମହାନ୍ତି

Related posts

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ

ENO Beuro

ଦିଲ୍ଲୀ ସିଜିଓ କମ୍ପ୍ଲେକ୍ସର ଅନ୍ତୋଦୟ ଭବନରେ ଭୟାବହ ଅଗ୍ନିକାଣ୍ଡ

ENO Beuro

ଆସୁଛି ଲଘୁଚାପ, ୩୦ରୁ ୩ ଦିନ ବର୍ଷିବ

Ratnamani Moharana

Leave a Comment