News

ଆଇଏମଡିର ପୂର୍ବାନୁମାନ ୨୧ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ

Untitled 1

୩ ଦିନ ପରେ ଓଡିଶା ଛୁଇଁବ ମୌସୁମୀ

ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ତ୍ରାହି ମିଳିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ଯାହା ସୂଚନା ମିଲୁଛି ମୌସୁମୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି।  ଆଗାମୀ ୩ ରୁ ୫ ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡିଶା  ଛୁଇଁବ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖୀ ପ୍ରଭାବ ଅଧିକ ରହିଛି । ଏହା ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ  ସମ୍ଭାବନା ରହିଛି । ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପଢନ୍ତୁ: ଆଜି ପ୍ରକାଶ ପାଇବ ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି

Related posts

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ, ଓଡ଼ିଶାରୁ ଦୁଇଜଣ

ENO Beuro

କାରରେ ଉଠାଇନେଇ ଗଣବଳତ୍କାର,ଜଣକୁ ଅଟକ ରଖି ପୁଲିସର ତନାଘନ

ENO Beuro

ଓଡିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ENO Beuro

Leave a Comment