EnewsOdia.Com

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

ବିଳମ୍ବରେ ଭାରତ ଭୂଖଣ୍ଡକୁ ଛୁଇଁଥିବା ଦକ୍ଷିଣ ପଶ୍ଚିମ ‌ମୌସୁମୀ ବାୟୁ ଡେରିରେ ପ୍ରତ୍ୟାବର୍ତନ ଆରମ୍ଭ କରିଛି। ନିର୍ଦ୍ଧାରିତ ସମୟ(ସେପ୍ଟେମ୍ବର ୨୪)ର ୧୫ ଦିନ ପରେ ଅର୍ଥାତ୍‌ ଆଜିଠାରୁ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଛାଡ଼ିବା ଆରମ୍ଭ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ପୂର୍ବ ଭାରତରୁ ମୌସୁମୀ ଫେରିବାକୁ ଅକ୍ଟୋବର ତୃତୀୟ ସପ୍ତାହ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଉତ୍ତର-ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ରମଶଃ ବିସ୍ତାରିତ ହେଉଛି। ତେଣୁ ୧୩ ତାରିଖ ସୁଦ୍ଧା କେନ୍ଦ୍ରୀୟ ଭାରତରୁ ମୌସୁମୀ ପ୍ରତ୍ୟାବର୍ତନ କରିବ। ଘୂର୍ଣ୍ଣିବଳୟ ଯୋଗୁଁ ଏବେ ଓଡ଼ିଶାକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ପ୍ରବାହିତ ହେଉଛି। ଅନୁମାନ କରାଯାଉଛି ୧୩ ତାରିଖଠାରୁ ବାୟୁ ପ୍ରବାହ ଦିଗରେ ପରିବର୍ତନ ଆସିବ। ପୂର୍ବ ଭାରତକୁ ପୂର୍ବା ପବନ ଓ ଉତ୍ତର-ପୂର୍ବ ଭାରତରେ ଉତ୍ତରା ପବନ ବୋହିବା ଆରମ୍ଭ କରିବ।

ପଢନ୍ତୁ: ମୋଦିଙ୍କ ପାଇଁ ଆସୁଛି ସ୍ପେସାଲ ପ୍ଲେନ

ସମ୍ବନ୍ଧିତ ଖବର

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ବିଶ୍ୱରେ ଏବେ ‘ଜଳବାୟୁ ଏମର୍ଜେନ୍ସି’ ଘୋଷଣା କଲେ ୧୧,୦୦୦ ବୈଜ୍ଞାନିକ

Ratnamani Maharana

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana

ବାଗଦାଦି ନିପାତ ଅପରେସନରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର

Ratnamani Maharana