News

ତାତିରେ ଫୁଟୁଛି ସାରା ଓଡ଼ିଶା

ସାରା ରାଜ୍ୟରେ ଅସମ୍ଭାଳ ତାତି। ହନ୍ତସନ୍ତ ହୋଇଗଲେଣି ଲୋକେ । ଲାଗୁଛି ସତେ ଯେମିତି ଆକାଶରୁ ନିଆଁର ବର୍ଷା ହେଉଛି । ଗତକିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ   ଉପରେ ରହୁଛି ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲୋକେ କଲବଲ ହେଉଛନ୍ତି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସକାଳ ୮ଟା ପରଠୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ୫ଟା ଯାଏଁ ବି ଘରୁ ବାହାରିବା ମୁସ୍କିଲ ହୋଇପଡିଛି।

ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ପାଇବା ମୁସ୍କିଲ୍ । ଏପଟେ ୮ଟି ଜିଲ୍ଲା  ପାଇଁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ ।ବଲାଙ୍ଗିର, ସୁବର୍ଣ୍ଣପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପାଇଁ ଜାରି ହୋଇଛି ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୭ ଡିଗ୍ରି  ବି ଟପିଯିବାର ଆଶଙ୍କା ରହିଛି। ତେବେ ଗତକାଲି ଅପେକ୍ଷା ଆଜି ଟିଟିଲାଗଡ଼ ତାପମାତ୍ରା ହ୍ରାସ ପାଇ ୪୪.୫ ଡିଗ୍ରିରେ ପହଞ୍ଚିଛି। ସମ୍ବଲପୁରରେ ୪୪.୪, ବଲାଙ୍ଗୀର ଓ ସୋନପୁରରେ ୪୪ ଡିଗ୍ରି ରହିଥିଲା।
ପଢନ୍ତୁ: ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ

Related posts

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେଖ୍‌ ହସିନା

ENO Beuro

୩ ମାସ ମଧ୍ୟରେ ମହାନଦୀ ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ !

ENO Beuro

ବାଲାକୋଟ ଆକ୍ରମଣ ପରେ ଚିନ୍ତାରେ ପକାଇଥିଲା ପାକ ବୁଡାଜହାଜ

Ratnamani Moharana

Leave a Comment