ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ତାତିରୁ ମିଳିଲା ଆଶ୍ୱସ୍ତି

ଅନେକ ସ୍ଥାନରେ ବର୍ଷା ହେବାରୁ କମିଛି ତାପମାତ୍ରା। ଅସହ୍ୟ ଗରମ ଓ ଗୁଳଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କେବଳ ବଲାଙ୍ଗିର ଓ ଟିଟିଲାଗଡ଼କୁ ଛାଡ଼ି ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଗତକାଲି ବଲାଙ୍ଗିରର ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍‌ସିୟସ ରହିଥିଲା ବେଳେ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟର ଉପକୂଳ ସମେତ ଉତର ଓ ଦକ୍ଷିଣାଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ ୧ ତାରିଖରୁ ୨୧ ମଧ୍ୟରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ତା ଠାରୁ ୩୭ ପ୍ରତିଶତ କମ୍ ରହିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍.ଆର.ବିଶ୍ୱାସ କହିଛନ୍ତି ଯେ ୨୨ ଓ ୨୩ ତାରିଖରେ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ମୌସୁମୀ ଏବେ ସକ୍ରିୟ ହୋଇ ନାହିଁ। ୨୪ ତାରିଖରେ ସକ୍ରିୟ ହେବା ପରେ ବର୍ଷା କିଭଳି ରହିବ ତାହା ଜଣାପଡ଼ିବ। ୨୫ ଓ ୨୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ।

ପଢନ୍ତୁ; ସଜନା ଛୁଇଁ ଖାଇବା ଦ୍ଵାରା ଆମକୁ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ?

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। - 4.3

85%

ଗତକାଲି ବଲାଙ୍ଗିରର ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍‌ସିୟସ ରହିଥିଲା ବେଳେ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା - 4

80%
4.1/5

Very Good!

ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଅନେକ ସ୍ଥାନରେ ବର୍ଷା ହେବାରୁ କମିଛି ତାପମାତ୍ରା। ଅସହ୍ୟ ଗରମ ଓ ଗୁଳଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କେବଳ ବଲାଙ୍ଗିର ଓ ଟିଟିଲାଗଡ଼କୁ ଛାଡ଼ି ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଗତକାଲି ବଲାଙ୍ଗିରର ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍‌ସିୟସ ରହିଥିଲା ବେଳେ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

No Votes Yet

You're not rated yet