News

ଏନଡିଏମ୍ଏର 14ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ndma

କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଦିଲ୍ଲୀରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (NDMA)ର 14ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ପ୍ରସଙ୍ଗ ରହିଛି ‘ଆର୍ଲି ୱାର୍ଣ୍ଣିଂ ଫର ଡିଜାଷ୍ଟର୍ସ’ (ବିପର୍ଯ୍ୟୟ ପୂର୍ବ ସତର୍କତା) ।

ଉଦଘାଟନୀ ଅଭିଭାଷଣାରେ ଶ୍ରୀ ରିଜିଜୁ କହିଲେ, ବିପର୍ଯ୍ୟୟ ପରିଚାଳନାର ପ୍ରକ୍ରିୟାରେ ଏନଡିଏମ୍ଏ ପରିବର୍ତ୍ତନ ଆଣିପାରିଛି । ଏତେ ବଡ଼ ଭୌଗଳିକ ସୀମା, ଜନବହୁଳ, ବିଶେଷ କରି ଗଣତନ୍ତ୍ର ଭାବେ ଭାରତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବହୁ ଦୂର ଅତିକ୍ରମ କରିଛି; ତେଣୁ ବିଶ୍ୱ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରସଙ୍ଗରେ ଭାରତକୁ ଅଣଦେଖା କରିପାରିବ ନାହିଁ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଥିଲେ । ବିପର୍ଯ୍ୟୟ ପୂର୍ବ ସୂଚନାରେ ବିକାଶ ଏବଂ ସଚେତନତା ଦ୍ୱାରା ବିପର୍ଯ୍ୟୟ ମୁକାବିଲାର ଅର୍ଦ୍ଧେକ କାମ ହୋଇଯାଇଥାଏ । ବିପର୍ଯ୍ୟୟ ମୁକାବିଲା ଦିଗରେ ଭାରତକୁ ଅଧିକ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଭାବେ ଉଦ୍ୟମ କରୁଛନ୍ତି ।

ndma

ଏହି ଅବସରରେ ଏନଡିଏମ୍ଏ ସଦସ୍ୟ ଶ୍ରୀ ଆର.କେ.ଜୈନ ବିଗତ ଏକ ବର୍ଷ ମଧ୍ୟରେ ଏନଡିଏମ୍ଏ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉଲ୍ଲେଖ କରିଥିଲେ । ଏନଡିଏମ୍ଏର ଗୁରୁତ୍ୱକୁ ଅବତାରଣା କରି ସେ କହିଲେ, ପ୍ରତିଷ୍ଠା ଦିନରୁ ବିଗତ 13 ବର୍ଷ ମଧ୍ୟରେ ଏନଡିଏମ୍ଏ କେବଳ ବିପର୍ଯ୍ୟୟ ମୁକାବିଲା ନୁହେଁ ବରଂ ବିପର୍ଯ୍ୟୟ ବିପଦ ହ୍ରାସ ଦିଗରେ ମଧ୍ୟ ବହୁ ପଦକ୍ଷେପ ନେଇଛି ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ସଙ୍ଗଠନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କୃତ କରିବାକୁ ପଦକ୍ଷେପ ନେଇଥିବା ଶ୍ରୀ ଜୈନ କହିଥିଲେ । ଏଥିପାଇଁ ଖୁବ ଶୀଘ୍ର ମନୋନୟନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ଏନଡିଏମ୍ଏ ପକ୍ଷରୁ ହାଜାର୍ଡ ରେଜିଷ୍ଟାଣ୍ଟ କନଷ୍ଟ୍ରକ୍ସନ ସମ୍ପର୍କିତ ଏକ ଟ୍ରେନିଂ ମାନୁଆଲ ଉନ୍ମୋଚନ କରାଯାଇଥିଲା । ‘ଗୁଜରାଟ ଫ୍ଲଡସ 2017; ଏ ଷ୍ଟଡି ରିପୋର୍ଟ’ ମଧ୍ୟ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବିପର୍ଯ୍ୟୟ ପୂର୍ବ ସୂଚନାର ବିପର୍ଯ୍ୟୟ ବିପଦ ହ୍ରାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାଦ୍ୱାରା ଧନଜୀବନ କ୍ଷୟକ୍ଷତି ମଧ୍ୟ ହ୍ରାସ ପାଇଥାଏ । ବିପର୍ଯ୍ୟୟର ସମୟରେ ଉଚିତ ପ୍ରତିକ୍ରିୟା ପାଇଁ ସମୟଭିତ୍ତିକ ପୂର୍ବ ସୂଚନା ଜରୁରି ।

ଫଳପ୍ରଦ ହେବା ସକାଶେ, ବିପର୍ଯ୍ୟୟ ପୂର୍ବ ସୂଚନା ସହ ସ୍ଥାନୀୟ ଜନସାଧାରଣ, ସଚେତନତା ସୃଷ୍ଟି ଏବଂ ପ୍ରଶାସନର ଉପଯୁକ୍ତ ପ୍ରସ୍ତୁତି ନିତାନ୍ତ ଆବଶ୍ୟକ । ବିଗତ ବର୍ଷ ମାନଙ୍କରେ ସଠିକ୍ ସମୟଭିତ୍ତିକ ବିପର୍ଯ୍ୟୟ ପୂର୍ବ ସୂଚନା, ବିଶେଷ କରି ବାତ୍ୟା କ୍ଷେତ୍ରରେ ପ୍ରଦାନରେ ଭାରତ ଯଥେଷ୍ଟ ବିକାଶ କରିପାରିଛି । ଚଳିତ ମାସ ଝଡ଼ ‘ଗଜ’ ସ୍ଥଳଭାଗ ସ୍ପର୍ଶ କରିବା ପୂର୍ବରୁ ପ୍ରଶାସନ ସଫଳତାର ସହ ସହସ୍ରାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲା ।

ପଢନ୍ତୁ;  ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

Related posts

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା

ENO Beuro

ନେପାଳରେ ହେଲିକାପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ENO Beuro

ଇଣ୍ଡୋନେସିଆର ବାଲିଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ, ହାଇ ଆଲର୍ଟ ଜାରି କଲା ପ୍ରଶାସନ

ENO Beuro

Leave a Comment