27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ରାଜଧାନୀରେ ମାତିଲେଣି ମଶା

ରାଜଧାନୀରେ ମାତିଲେଣି ମଶା। ରାଜଧାନୀରେ ମଶାଙ୍କ ଆତଙ୍କ ଏପରି ବଢ଼ିଯାଇଛି ଯେ ଲୋକ କଲବଲ ହୋଇଗଲେଣି। ଯେଉଁଠି ନଜର ପଡ଼ୁଛି, ସେଠାରେ ମଶା ସାଲୁବାଲୁ। ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି। ମୁହଁ ପାଖରେ ଭଁ ଭଁ ହୋଇ ଉଡ଼ୁଛନ୍ତି। ରାଜଧାନୀର ଏମିତି କୌଣସି ଜାଗା ନାହିଁ, ଯେଉଁଠି କିଏ ମଶାଙ୍କ ଆତଙ୍କରୁ ରକ୍ଷା ପାଉଛନ୍ତି। ମଶାରି ଭିତରେ ଶୋଇଲେ ବି ମଶାରି ବାହାରେ ମଶା ଭଣଭଣ ହେଉଛନ୍ତି। ଟିକିଏ ଫାଙ୍କ ପାଇଲେ ଯେମିତି କାମୁଡ଼ି ପକାଇବେ। ଏମିତି ମାତିଛନ୍ତି ଯେ ନାମୀ କମ୍ପାନିଙ୍କ ମଶାମରା ଲିକ୍ୟୁଇଡ୍ କି କଏଲ୍ ବି କାଟୁ କରୁନି।

ଏନେଇ ବିଏମସିକୁ ପ୍ରଶ୍ନ କରିବାରୁ ବିଏମ୍‌ସି କହୁଛି ରାଜଧାନୀରେ ଏବେ ମଶା ସ୍ଥିତି ସେହିଭଳି ସଙ୍ଗିନ୍‌ ହୋଇନି। ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍ ଭଳି ରୋଗରେ ରାଜଧାନୀରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କି ବିଏମ୍‌ସିର ନିଘା ନାହିଁ। ଯଦି କେଉଁ ଅଞ୍ଚଳରେ ଏସବୁ ରୋଗ ବ୍ୟାପୁଛି, ତେବେ ଯାଇ ବିଏମ୍‌ସି ପ୍ରତିକାର ବ୍ୟବସ୍ଥା ଆରମ୍ଭ କରୁଛି। ନହେଲେ ମଶାଙ୍କ ଦୌରାତ୍ମ୍ୟ ବଢ଼ୁ କି ଲୋକ ମରନ୍ତୁ, ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନଜର ନାହିଁ। ବର୍ଷା ଋତୁ ପରେ ମଶାଙ୍କ ବଂଶବୃଦ୍ଧି ହୋଇଥିବା ବେଳେ ଏବେ ଚାରିଆଡ଼େ ମଶା ଭଁ ଭଁ ଶବ୍ଦ କରି ଉଡ଼ୁଛନ୍ତି। ଆଉ ମଶା ନିପାତ କରିବା ବଦଳରେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି, ଆମେ ଆମ କାମ କରୁଛୁ।

 

ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ ମିଶ୍ର କହିଛନ୍ତି, ଆମେ ଗୋଟେ ରାଉଣ୍ଡ ଟିଫା ମେସିନ୍ ବୁଲାଇ ସାରିଲୁଣି। ଡିସେମ୍ବର ୧ରୁ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଟିଫା ମେସିନ୍ ବୁଲୁଛି। ଥରେ ଟିଫା ମେସିନ୍ ବୁଲାଇଲେ ୩୦/୩୨ ଦିନରେ ପୂରା ବିଏମ୍‌ସି ଅଞ୍ଚଳକୁ ଆମେ କଭର୍‌ କରିପାରୁଛୁ। ମଶା ବଂଶ ବଢ଼ିବାକୁ ନଦେବା ଏବଂ ଲାର୍ଭା ସମୟରେ ହିଁ ମାରିଦେବା ବିଏମ୍‌ସିର କାର୍ଯ୍ୟ ହୋଇଥିଲେ ହେଁ ତାହା କେତେବେଳେ ହେଉଛି, ତାହା କେହି ଜାଣିପାରୁନାହାନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ଆମେ ସବୁ ନିୟମିତ କରୁଛୁ। ନିୟମ ଅନୁଯାୟୀ, କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି, ତାହା ପ୍ରତି ସପ୍ତାହରେ ବିଏମ୍‌ସି ପକ୍ଷରୁ ସର୍ଭେ ହେବ। ଯଦି କେଉଁଠି ବି ମଶା ବଢ଼ିଥିବେ‌, ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ। ହେଲେ ବିଏମ୍‌ସିର ଏହି ସର୍ଭେ କରିବାକୁ କେହି ଅଧିକାରୀ ନାହାନ୍ତି।

ପଢନ୍ତୁ: ଆଜି ଶୁକ୍ରବାର, ସାଇକେଲ ଧରିଲେ କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ

Related posts

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More