ପୁଅ ମୃତ୍ୟୁ ଖବର ଶୁଣି ମା’ ,ଦୁଇ ଭଉଣୀ ବିଷ ପିଇଲେ  

ରୋଜଗାରିଆ ପୁଅର ମୃତ୍ୟୁକୁ ସହି ନପାରି ମା’ଓ ଦୁଇ ଭଉଣୀ ବିଷ ପିଇବା ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ଆଲୋଡନ ସୁଷ୍ଟି କରିଛି।

ପୁଅ ରୋଜଗାର ଅର୍ଥରେ ପରିବାର ଚଳୁଥିଲା। ବାପା, ମା’ ଓ ଦୁଇ ଭଉଣୀଙ୍କ ପେଟକୁ ଦାନା ଯାଉଥିଲା। କିନ୍ତୁ ଦଇବ ସହିଲାନି, ରୋଜଗାରିଆ ଯବାନ୍‌ ପୁଅର କେରଳରେ ଆକସ୍ମିକ ବିୟୋଗ ଘଟିଲା। ଦୁଇ ଦିନ ତଳେ ପୁଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଧୈର୍ଯ୍ୟହରା ମା’ ଓ ଦୁଇ ଭଉଣୀ  ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି। କାମ କରିବା ପାଇଁ କେରଳ ଯାଇଥିବା ଏକମାତ୍ର ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିଲେ ପରିବାର।ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି। ଏପଟେ ମଣ୍ଟୁଙ୍କ ଶବ ଆଣିବା ପାଇଁ ତାଙ୍କ ମାମୁ ଓ ସଂର୍ପକୀୟ କେରଳ ଯାଇଛନ୍ତି। ଗୋଟିଏପଟେ ପୁଅର ମୃତ୍ୟୁ ଏବଂ ଅନ୍ୟପଟେ ମା’ ଓ ଦୁଇ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ପଢନ୍ତୁ;ରାଜଧାନୀରୁ ମାଓ ନେତା ଗିରଫ!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More