February 17, 2019

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

ଆଖି ବୁଜିଲା ପୋଡ଼ିଯାଇଥିବା ଶିଶୁ

ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୭ ମାସର କଅଁଳ ଶିଶୁ କନ୍ୟା । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି ।  ଗତକାଲି ଜନ୍ମକଲା ଶିଶୁକୁ ପୋଡିଦେଇଥିଲା ମାଆ । ସକାଳେ ମାଆ ଜଣକ ତାର ୭ ମାସର ଶିଶୁକୁ ଏକ ଲୁଗା ବିଛାଇ ଶୋଇବା ପାଇଁ ଦେଇଥିଲେ । ହେଲେ ହଠାତ୍ ସେହି ଲୁଗାରେ କିରାସିନି ଢାଲି ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ଶିଶୁର ବାପା ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପଣ୍ଣ ଥିବାରୁ ଶିଶୁଟିକୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ, ସାଲିଆସାହି ଶକ୍ତିବିହାରରେ ରଘୁନାଥ ପିଙ୍ଗୁଆ ଓ ତାଙ୍କ ସ୍ତ୍ରୀ ସୁନା ପିଙ୍ଗୁଆଙ୍କ ଦୀର୍ଘ ଦିନ ହେଲା ରହି ଆସୁଥିଲେ। କିଛି ମାସ ପୂର୍ବେ ସୁନା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟା ଜନ୍ମ ହେବାର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଆରମ୍ଭ ହୋଇଥିଲା। ବୁଧବାର ରାତିରେ କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ କେନ୍ଦ୍ର କରି ଗତକାଲି ସକାଳ ପ୍ରାୟ ସାଢ଼ ଆଠଟା ସମୟରେ ସୁନା କପଡ଼ାରେ ନିଆଁ ଲଗାଇ ଶିଶୁ କନ୍ୟାକୁ ଶୁଆଇ ଦେଇଥିଲା।

ଶିଶୁର କରୁଣ କାନ୍ଦ ଶୁଣି ପଡୋଶୀ ଆସି ନିଆଁ ମୁହଁରୁ ଶିଶୁ କନ୍ୟାକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳକୁ ଶିଶୁଟି ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା । ସମ୍ପୃକ୍ତ ମହିଳାଙ୍କର ମାନସିକ ବିକୃତି ଥିବା ମଧ୍ୟ ସନ୍ଦେହ କରାଯାଉଛି ।

ପଢନ୍ତୁ ;

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More