Loading...

ପୁଣି ମହଙ୍ଗା ହେଲା ମଦର ଡାଏରୀ କ୍ଷୀର

ପୁଣି ମହଙ୍ଗା ହେଲା ମଦର ଡାଏରୀ କ୍ଷୀର

ପୁଣି ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Milk Price Hike)। ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି ଘୋଷଣା କରିଛି ।

ପୁଣି ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Milk Price Hike)। ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି ଘୋଷଣା କରିଛି । ଆଜିଠୁ(ମଙ୍ଗଳବାର) ଦିଲ୍ଲୀ-ଏନସିଆରରେ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଏନେଇ ଗତକାଲି ମଦର ଡାଏରୀ ପକ୍ଷରୁ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ପଞ୍ଚମ ଥର ପାଇଁ ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଦୁଗ୍ଧର ମୂଲ୍ୟ ବୃଦ୍ଧି ହୋଇଛି । ମଦର ଡାଏରୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ 30 ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରେ ।ଏନେଇ ମଦର ଡାଏରୀ କମ୍ପାନୀ କହିଛି, "ଫୁଲ କ୍ରିମ କ୍ଷୀରର ମୂଲ୍ୟ ବର୍ତ୍ତମାନ ଲିଟର ପିଛା 66 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଟୋନଡ କ୍ଷୀରର ଲିଟର ପିଛା ମୂଲ୍ୟ 53 ଟଙ୍କା ହୋଇଛି । ଏଥି ସହିତ, ଟୋକେନ୍ କ୍ଷୀରର ମୂଲ୍ୟ ଏବଂ ଗାଇ କ୍ଷୀରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହିପରି ଡବଲ ଟୋନଡ କ୍ଷୀର ଲିଟର ପିଛା 47 ଟଙ୍କାକୁ ବୃଦ୍ଧି ପାଇଛି । କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି, "ଗତ ବର୍ଷ ତୁଳନାରେ ଦୁଗ୍ଧର କ୍ରୟ ମୂଲ୍ୟ ଚଳିତ ବର୍ଷ ପ୍ରାୟ 24 ପ୍ରତିଶତ ବୃଦ୍ଧି ପାଇଛି। ଦୁଗ୍ଧ ଶିଳ୍ପ ପାଇଁ ଏହା ଏକ ଭଲ ବର୍ଷ ସାବ୍ୟସ୍ତ ହୋଇଛି ।" 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.