News

ଏଣିକି ମଦ ପିଇ ଗାଡି ଚଲାଇଲେ ଦେବେ ୧୦ହଜାର ଟଙ୍କା ଜୋରିମାନା

Untitled 1

ଗାଡି ଚାଳକ ସାବଧାନ୍ । ଏଣିକି ମହଙ୍ଗା ପଡିବ ମଦ  ପିଇ ଗାଡି ଚଲାଇବା । କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ   ଆଣିଛନ୍ତି ନୂଆ ବିଲ୍ । ଯେଉଁଥିରେ ସଡକ ଯାତାୟତ ନିୟମକୁ କରାଯାଇଛି ଶକ୍ତ ।ତେବେ ଗଡକାରୀ କହିଛନ୍ତି ଏହା ଉପରେ ଆଇନ୍ ଆଣିବା ଅଧିକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଅଛି । ଯେଉଁ ରାଜ୍ୟ ଏହାକୁ ଲାଗୁ କରିବାକୁ ଚାହିଁବ କରିପାରିବ । ଏଥିପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ।

ସରକାରଙ୍କ କେତେକ ନୂଆ ନିୟମ ଅନୁସାରେ

– ମଦ ପିଇ ଗାଡି ଚଲାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

– ସେହିପରି ବପଦଜ୍ଜନକ ଭାବରେ ଗାଡି ଚଲାଇଲେ ୧୦୦୦ ରୁ ୫୦୦୦ ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଦେବେ ।

– ଓଭରଲୋଡିଙ୍ଗରେ ୨୦ ହଜାର ଟଙ୍କା ଏବଂ ସିଟ୍ ବେଲ୍ଟ ନବାନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

– ସେହିପରି ଓଭରସ୍ପିଡିଂରେ ୧୦୦୦ ରୁ ୨୦୦୦ ମଧ୍ୟରେ ଜରିମାନା ଦେବେ ।

– ବିନା ବୀମା ପଲିସିରେ ଗାଡି ଚଲାଇଲେ ୨୦୦୦ ଟଙ୍କା ଏବଂ ବିନା ହେଲମେଟରେ ଗାଡି ଚଲାଇଲେ ୧୦୦୦ ଟଙ୍କା ଜରିମାନା ସହ ତିନି ମାସ ଯାଏ ଲାଇସେନ୍ସ ରଦ୍ଦ କରିଦିଆଯିବ ।

– ଯାତାୟତ ନିୟମ ଉଲଂଘନ କଲେ ୧୦୦ ଟଙ୍କା ସ୍ଥାନରେ ୫୦୦ ଟଙ୍କା ଜରିମାନ ଲାଗିବ । ଏବଂ ଅଧିକାରୀଙ୍କ ଆଦେଶ ପାଳନ ନକଲେ ୫୦୦ ପରିବର୍ତ୍ତେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

– ସେହପରି ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ହଜାର ଟଙ୍କା ଜରିମାନ ଦେବାକୁ ପଡିବ । ତେବେ ଅଯୋଗ୍ୟ ଘୋଷଣା କରାଯାଇଥିବା ଗାଡି ଚଲାଇଲେ ଦେବେ ୧୦ହଜାର ଟଙ୍କା ଜରିମାନା ।

ପଢନ୍ତୁ: ବଦଳିବନି ସୁନ୍ଦରୀର ଠିକଣା

Related posts

ବାରଣାସୀରେ ଭୁଶୁଡ଼ିଲା ଫ୍ଲାଏଓଭର ୧୮ ମୃତ !

ENO Beuro

ଭୁବନେଶ୍ୱରରେ ସାଇକୋ କିଲର୍‌ ଆତଙ୍କ

Ratnamani Moharana

ଚେନ୍ନାଇରେ ନବୀନଙ୍କୁ ଭେଟିଲେ କମଲ ହସନ ,କହିଲେ ମୁଁ ନବୀନଙ୍କ ଫ୍ୟାନ୍

ENO Beuro

1 comment

Leave a Comment