POLITICALS

ପଦ୍ମ ଧରିଲେ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ

mousumi

ସତୁରୀ ଦଶକର ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ବିଜେପିରେ ଯୋଗଦେଇଛନ୍ତି । ମୌସୁମୀ ବିଜେପିରେ ଯୋଗଦେବା ଅବସରରେ ବିଜେପିର ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ସହିତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

mousumi

ତାଙ୍କ ପୂର୍ବରୁ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ରୂପା ଗାଙ୍ଗୁଲୀ, ରିମି ସେନ, ଗାୟକ ବାବୁଲ ସୁପ୍ରିୟୋ ମଧ୍ୟ ଭାଜପାରେ ଯୋଗ ଦେଇସାରିଛନ୍ତି। ମୌସୁମୀଙ୍କୁ ଶେଷଥର ପାଇଁ ୨୦୧୬ରେ ନିର୍ମିତ ବଲଉଡ ଫିଲ୍ମ ପିକୁରେ ଦେଖିବାକୁ ମିଳିଥିଲା। ସେ ଉଭୟ ବଙ୍ଗଳା ଓ ବଲିଉଡରେ ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିସାରିଛନ୍ତି।

ସୂଚନାଯୋଗ୍ୟ,୭୦ ବର୍ଷୀୟା ବରିଷ୍ଠ ବଙ୍ଗଳା ଅଭିନେତ୍ରୀ ମୌସୁମୀ ୨୦୦୪ ମସିହାରେ ଜଣେ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିଲେ।

ପଢନ୍ତୁ; ପ୍ରତିଦିନ ସକାଳେ ଅଭ୍ୟାସ କରି ଖାଆନ୍ତୁ କଖାରୁ ମଞ୍ଜି,ମିଳିବ ଅନେକ ଫାଇଦା

Related posts

ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

Ratnamani Moharana

ପାଟକୁରା ନିର୍ବାଚନରେ ପ୍ରଚାର କରିବେ ୪୦ ଜଣିଆ ଷ୍ଟାର ପ୍ରଚାରକ

Ratnamani Moharana

ଚିଲିକାରେ ନବୀନ ଖୋଲିଲେ ଚିଲିକା କାର୍ଡ

Ratnamani Moharana

Leave a Comment