ସମସ୍ତ ନୂଆ କଳାକାରଙ୍କୁ ନେଇ ନିର୍ଦେଶକ ରାଜୀବ ମହାନ୍ତିଙ୍କ ନୂତନ ପ୍ରଚେଷ୍ଟା - ଏମିତି ବି ହେଇପାରେ

ସମସ୍ତ ନୂଆ କଳାକାରଙ୍କୁ ନେଇ ନିର୍ଦେଶକ ରାଜୀବ ମହାନ୍ତିଙ୍କ ନୂତନ ପ୍ରଚେଷ୍ଟା – ଏମିତି ବି ହେଇପାରେ

ସମସ୍ତ ନୂଆ କଳାକାରଙ୍କୁ ନେଇ ନିର୍ଦେଶକ ରାଜୀବ ମହାନ୍ତିଙ୍କ ନୂତନ ପ୍ରଚେଷ୍ଟା – ଓଡିଆ ସିନେମା ଏମିତି ବି ହେଇପାରେ ।  ଏଥିରେ ସବୁ କଳାକାର ଓଡିଆ ସିନେମା ଜଗତ ପାଇଁ ସଂପୂର୍ଣ୍ଣ ଭାବେ ନୂଆ ଅଟନ୍ତି । ନାୟକ ଭୂମିକାରେ ନବାଗତ ଶଶିକାନ୍ତ ଓ ନାୟିକା ଭାବେ ରୂପାଲି  ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଗାମୀ ସେପ୍ଟେମ୍ବର ୧୫ ରେ “ଏମିତି ବି ହେଇପାରେ” ପରଦା ଉପରକୁ ଆସିବାକୁ ପ୍ରସ୍ତୁତ ହେଉଛି ।

ରବି ନାରାୟଣ ଦାସଙ୍କ ପ୍ରଯୋଜିତ ଏହି ଫିଲ୍ମର ନୂଆ ଯୋଡ଼ି  ଶଶିକାନ୍ତ – ରୂପାଲି ବକ୍ସ ଅଫିସରେ କମାଲ୍‌ ଦେଖାଉଛନ୍ତି କି ନା ଓ ଏହି ସିନେମାଟିକୁ ବ୍ୟାବସାୟିକ ସଫଳତା ମିଳୁଛି କି ନାହିଁ ତାହା ଦେଖିବାକୁ  ବାକି  ରହିଲା ।  ଶଶିକାନ୍ତ ଓ ରୂପାଲି ଙ୍କ ଛଡା ଦୀପକ, ସୁମନ ଓ ସଂଗ୍ରାମ ବିଶ୍ଵାଳ ମଧ୍ୟ ସହ-କଳାକାର ଅଟନ୍ତି ।

ପ୍ରକ୍ଷାତ ବାପୁ ଗୋସ୍ଵାମୀଙ୍କ ଦ୍ଵାରା ଲିଖିତ ଛବିଟିର ସମସ୍ତ ଗୀତ, ବୈଦ୍ୟନାଥଙ୍କ ଦାସ ଙ୍କ ଦ୍ଵାରା  ସଜା ଯାଇଛି । ହ୍ୟୁମାନ ସାଗର, ସତ୍ୟଜିତ, ବିଷ୍ଣୁ ମୋହନ କବି, ଅସୀମା ପଣ୍ଡା, ଅର୍ପିତା, ଅଞ୍ଜଲି ଓ ସୁଚିସ୍ମିତା ଙ୍କ  ପରି କଣ୍ଠଶିଳ୍ପୀ ମାନେ କଣ୍ଠ ଦାନ କରିଛନ୍ତି ।