30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ଯାଉଛି ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି

ଆଜି ଆସୁଛନ୍ତି ପିଏମ୍‌। ଗୋଟିଏ ଦିନରେ ସାରା ଦେଶରେ ନଜର ଆସିବେ ମୋଦି। କହିବେ ନିଜ ଜୀବନ କାହାଣୀ। ଷ୍ଟେସନରେ ଚା ବିକ୍ରି କରିବାଠାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ କଥା ବଖାଣିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ରିଅଲ ନୁହେଁ, ରିଲ୍ ଲାଇଫରେ ଆସୁଛନ୍ତି ପିଏମ୍‌ ମୋଦି। ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି। ଆଜି ସାରା ଭାରତରେ ଏମ୍‌ଏକ୍ସ ପ୍ଲେୟରରେ ଏହା ରିଲିଜ୍‌ ହେବାର ରହିଛି।

ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ଡିଜିଟାଲ ରିଲିଜ୍‌ ଆଜି ହେବାକୁ ଯାଉଛି। ତେବେ ରିଲିଜ୍‌ ପୂର୍ବରୁ ଫିଲ୍ମର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସି ସାରିଛି। ଉମଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ସନ୍ଦିପ୍ ସିଂଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ମୋଦି ଫିଲ୍ମରେ ବିବେକଙ୍କ ବ୍ୟତୀତ ମନୋଜ ଯୋଶୀ, ବରଖା ବିଷ୍ଟ, ଜରୀନା ବହାବ ଓ ବୋମନ ଇରାନୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସବୁଠାରୁ ବଡ କଥା ଫିଲ୍ମର ସମସ୍ତ ଦୃଶ୍ୟ ଗୁଜରାଟରେ ସୁଟିଂ ହୋଇଥିବା କୁହାଯାଉଛି।

ପଢନ୍ତୁ: ଏଣିକି ଫାର୍ମାସିଷ୍ଟ ଦେଖି ପାରିବେ ରୋଗୀ, ଦେଇପାରିବେ ଔଷଧ

Related posts

ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

Ratnamani Maharana

ଫାଶୀରୁ ବର୍ତ୍ତିବାକୁ ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପବନ

Ratnamani Maharana

ଗୁଗୁଲର ଡୁଡୁଲରେ ପାରାଅଲମ୍ପିକର ଜନକ ଡଃ ଗୁଟମ୍ୟାନ୍ ଙ୍କ ଛବି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More