EnewsOdia.Com

‘ରାଧେ’ର ଶେଷ ଦୃଶ୍ୟ ପାଇଁ ଖର୍ଚ୍ଚ ହେଲା ସାଢ଼େ ୭କୋଟି ଟଙ୍କା

ପ୍ରଭୁଦେବା ନିର୍ଦେଶିତ ଓ ଦବଙ୍ଗ ଖାନ୍ ସଲମାନ୍ ଅଭିନୀତ ‘ରାଧେ’ ଚଳଚ୍ଚିତ୍ର ୨୦୨୦ ମଧ୍ୟଭାଗରେ ମୁକ୍ତିଲାଭ କରିବାକୁ ଯାଉଛି। ଅନ୍ୟାନ୍ୟ ବିଭିନ୍ନ ଭୂମିକାରେ ରଣଦୀପ ହୁଦା, ଜ୍ୟାକି ଶ୍ରଫ୍ ଓ ଦିଶା ପଟାନୀ ଅଭିନୟ କରୁଛନ୍ତି। ଏହାର ସୁଟିଂ କଲକତା, ଜୟପୁର, ଦିଲ୍ଲୀ ଓ ଲକ୍ଷ୍ନୌରେ ହୋଇଛି।

 

ଚଳଚ୍ଚିତ୍ରର ଶେଷ ଦୃଶ୍ୟ ପାଇଁ ସାଢ଼େ ୭କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ସବୁଠୁ ମୁଖ୍ୟ ଦୃଶ୍ୟ ବୋଲି ୟୁନିଟ୍ ସଦସ୍ୟଙ୍କ ମତ। ସଲମାନ୍ ଓ ରଣବୀରଙ୍କ ଆକ୍ସନ୍ ଦୃଶ୍ୟ ନିମନ୍ତେ ବିଦେଶରୁ ମହଙ୍ଗା ସେଟ୍ ଅଣାଯାଇଥିଲା। ପ୍ରଯୋଜକ ମହଲ କେବଳ ଶେଷ ଦୃଶ୍ୟର ଏଇ ସୁଟିଂ ନିମନ୍ତେ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ଆଦୌ ପଛଘୁଞ୍ଚା ଦେଇନଥିଲେ। ପ୍ରଥମ କଥା ହେଲା ସଲମାନ୍ ଖାନ୍ ଅଭିନୟ କରୁଛନ୍ତି, ଦ୍ବିତୀୟ କଥା ହେଉଛି, ଦୃଶ୍ୟଟି ଖୁବ୍ ଦମ୍‌ଦାର୍। ଦେଖାଯାଉ, ଏହି ମହଙ୍ଗା ସୁଟିଂ ଦର୍ଶକଙ୍କୁ କେତେଦୂର ଆକୃଷ୍ଟ କରିପାରୁଛି?

ପଢନ୍ତୁ: ଶିଲ୍ପା ସେଟ୍ଟୀଙ୍କ ପାଟିରେ ଜୋତା, ଖାଉଛନ୍ତି ହିଲ୍

ସମ୍ବନ୍ଧିତ ଖବର

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ଆଖି ମରା ପରେ ଇଣ୍ଟରନେଟ୍‌ରେ ଛାଇଲା ପ୍ରିୟା ପ୍ରକାଶଙ୍କ ‘ଫ୍ଲାଇଂ କିସ୍‌’ ଭିଡିଓ

Ratnamani Maharana

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ଫିଲ୍ମ ଇଣ୍ଡିଆନ୍ ୨ର ସୁଟିଂ ସେଟରେ ଅଘଟଣ, କ୍ରେନ୍ ଖସି ୩ମୃତ, ୯ଗୁରୁତର

Ratnamani Maharana

ତାମିଲ୍‌ ସିନେମାରେ ଓଡିଆ ହିରୋ

Ratnamani Maharana