POLITICALS

କେନ୍ଦ୍ରାପଡ଼ାରେ ସୁପରସ୍ପେଶାଲିଟି ମେଡିକାଲ କଲେଜ ଖୋଲିବା ପାଇଁ ଲୋକସଭାରେ ଦାବି କଲେ ସାଂସଦ ଅନୁଭବ ମହାନ୍ତି

Untitled 1

କେନ୍ଦ୍ରାପଡ଼ାରେ ଏକ ସରକାରୀ ସୁପରସ୍ପେଶାଲିଟି ମେଡିକାଲ କଲେଜ  ଓ ହସପିଟାଲ ଏବଂ ହୋମିଓପାଥି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଦାବି ଦୋହରାଇଲେ ସାଂସଦ ଅନୁଭବ ମହାନ୍ତି । ଏନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ଆଲୋଚନା କରିବା ସହ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଲୋକସଭାରେ ‘ଦ ଇଣ୍ଡିଆନ ମେଡିକାଲ କାଉନସିଲ ଆମେଣ୍ଡମେଣ୍ଟ ବିଲ୍‌’ ଉପରେ ଆଲୋଚନାରେ ଭାଗ ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରେ ଏକ ସରକାରୀ ସୁପରସ୍ପେଶାଲିଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ହୋମିଓପାଥି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଦାବି ରଖିଥିଲେ । ଏନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି । ଏହାଦ୍ୱାରା ହଜାର ହଜାର ରୋଗୀ ହାତ ପାଆନ୍ତାରେ ଉପଯୁକ୍ତ ଚିିକିତ୍ସା ପାଇପାରିବେ । ବିଶେଷକରି ଗରିବ ରୋଗୀମାନେ ଉପକୃତ ହେବେ। ଏହି ଦୁଇ ପ୍ରତିଷ୍ଠାନ ଖୋଲିବା ପ୍ରସଙ୍ଗରେ ଶୀଘ୍ର ପଦକ୍ଷେପ ନେବାକୁ ହର୍ଷବର୍ଦ୍ଧନଙ୍କୁ ଭେଟି ଅନୁରୋଧ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

Capture
Capture

ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଆଣିବା ଦିଗରେ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ଏହାସହ କେନ୍ଦ୍ରାପଡ଼ାରେ ଏକ ହୋମିଓପାଥି ୟୁନିଭରସିଟି ନିର୍ମାଣ ପାଇଁ ମଧ୍ୟ ଦାବି ଜଣାଇଛନ୍ତି ଅନୁଭବ ମହାନ୍ତି । ସୁଲଭ ମୂଲ୍ୟ ଲୋକମାନଙ୍କୁ ଔଷଧ ଉପଲବ୍ଧ ହୋଇପାରିବ ଏବଂ ଗରିବ ଶ୍ରେଣୀର ଲୋକମାନେ ଅଧିକ ଉପକୃତ ହୋଇପାରିବେ ।

ପଢନ୍ତୁ: ଭୁବନେଶ୍ୱରରେ ୧୧ଟି ବାର୍‌ରେ ପୁଲିସ୍‌ର ରାତିଅଧିଆ ଚଢ଼ଉ; ୯୬ରୁ ଅଧିକ ବାର୍ ଡ୍ୟାନ୍ସର ଉଦ୍ଧାର

Related posts

ଭାରତୀୟ ରାଷ୍ଟ୍ରଦୂତଙ୍କ ଉତ୍ତରରେ ଚୁପ ହୋଇଗଲେ ପାକିସ୍ତାନୀ ସାମ୍ୱାଦିକ

Ratnamani Moharana

ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

ENO Beuro

ତକିଆ-ଚାଦର ନେଇ ବିଧାନସଭାରେ ରାତ୍ରିଯାପନ କଲେ କର୍ଣ୍ଣାଟକ ବିଧାୟକ

Ratnamani Moharana

Leave a Comment