News

ଆରପାରିରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌର

Babulal Gaur 650x430

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବାବୁଲାଲ୍‌ ଗୌରଙ୍କ ପରଲୋକ । ଆଜି ସକାଳେ ଭୋପାଳ ଠାରେ  ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ଅସୁସ୍ଥ ଥିବା ଗୌର ଭୋପାଳସ୍ଥିତ ନର୍ମଦା ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରକ୍ତଚାପ କମି ଯିବାରୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେବେ ଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଗତ ୧୪ ଦିନ ଧରି ଗୌର୍ ହସ୍ପିଟାଲରେ ଭେଣ୍ଟିଲେଟର୍ ସିଷ୍ଟମ୍ ସାହାରାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ।

ସୂଚନାଯୋଗ୍ୟ, ବାବୁଲାଲ୍ ୨୩ ଅଗଷ୍ଟ ୨୦୦୪ରୁ ୨୯ ନଭେମ୍ୱର ୨୦୦୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ୧୯୩୦ ମସିହାରେ ଉତ୍ତର ପ୍ରଦେଶ ସ୍ଥିତ ପ୍ରତାପଗଢ଼ର ନୌଗିର ଗାଁରେ ବାବୁଲାଲ୍ ଜନ୍ମ ଗ୍ରହଣ କରିଥିଲେ। ୧୯୪୬ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସହ ଯୋଡ଼ି ହୋଇଥିଲେ।

ପଢନ୍ତୁ: କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ, ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ

Related posts

‘ଚନ୍ଦ୍ରଯାନ-୨’ ଐତିହାସିକ ମୁହୂର୍ତ୍ତ ଆଉ ଅଳ୍ପ ଦୂର, ମଧ୍ୟରାତ୍ରିରେ ଚନ୍ଦ୍ରରେ ପାଦ ରଖିବ ଭାରତ

Ratnamani Moharana

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଧମକ: “ଦେଶ ପୁଲ୍‌ୱାମା ଘଟଣା ଭୁଲିନି, ପୁଣି ନିଆଯିବ ପ୍ରତିଶୋଧ”

Ratnamani Moharana

୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

ENO Beuro