EnewsOdia.Com

ମହିଳାମାନଙ୍କ ପାଇଁ ଖୋଲା ଯିବ ସ୍ୱତନ୍ତ୍ର ମଦ ଦୋକାନ

ଆଜିର ଯୁଗରେ କୌଣସି କ୍ଷେତ୍ରରେ ମହିଳା ମାନେ ପୁରୁଷ ମାନଙ୍କ ଠାରୁ କମ୍ ନୁହଁନ୍ତି । ତେବେ ସେ ଉଡାଜାହାଜ ଉଡାଇବା ଠାରୁ ସେନାରେ ଭର୍ତ୍ତି ହୋଇ ଶତ୍ରୁ ମାନଙ୍କ ସହ ଲଢିବା ପର୍ଯ୍ୟନ୍ତ । ମହିଳା ମାନେ ସବୁ କିଛି କରିପାରୁଛନ୍ତି । ତେବେ ମଦ ପଇିବା କ୍ଷେତ୍ରରେ ମଧ୍ୟ ମହିଳା ମାନେ ଅଛନ୍ତି । ଏହାକୁ ନେଇ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ମହିଳା ମାନେ କିଭଳି ଭାବେ ବିନା କିଛି ଅସୁବିଧାରେ ମଦ କିଣି ପାରିବେ ସେନେଇ ଏପ୍ରକାରର ଯୋଜନା କରାଯାଇଛି । କେବଳ ଏତିକି ନୁହେଁ ରାଜ୍ୟରେ ୧୫ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ନୂତନ ମଦ ଦୋକାନ ଖୋଲିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତି ନେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏହି ସ୍ୱତନ୍ତ୍ର ମଦ ଦେକାନ ମଧ୍ୟପ୍ରଦେଶର ଭୋପାଳ, ଜବଳପୁର, ଇନ୍ଦୋର ଓ ଗୋୱାଲିୟରରେ ଖୋଲାଯିବ । ଏହି ମଦ ଦୋକାନ ମାନଙ୍କରେ ମହିଳା ମାନେ ପସନ୍ଦ କରୁଥିବା ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡ ରଖାଯିବ । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ମଦ ଦୋକାନ ମାନଙ୍କ ଠାରୁ ସରକାର କୌଣସି ପ୍ରକାରର ଅତ୍ୟାଧିକ ଟ୍ୟାକ୍ସ ନେବେ ନାହିଁ । ଯେଉଁଭଳି ଭାବରେ ଅନ୍ୟ ମଦ ଦେକାନ ମାନଙ୍କରେ ଯେଉଁ ମୂଲ୍ୟ ମଦ ମିଳୁଛି ସେହିପରି ଏହି ମଦ ଦୋକାନରେ ସେହି ମୂଲ୍ୟରେ ମଦ ମିଳିବ । ଯଦି ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରି ହୁଏ ତେବେ ଅଗକୁ ଅନ୍ୟ ଅଞ୍ଚଳରେ ଏହି ମଦ ଦୋକାନ ଖୋଲା ଯିବ ।

ପଢନ୍ତୁ: ଓଡିଆଙ୍କ ପାଇଁ ଖୁସି ଖବର, ଗୁଗୁଲରେ ସ୍ଥାନ ପାଇଲା ଓଡିଆ ଅନୁବାଦ

ସମ୍ବନ୍ଧିତ ଖବର

୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀଙ୍କ ଅହିଂସା ମନ୍ତ୍ର

Ratnamani Maharana

ନୂଆବର୍ଷରେ ପତ୍ନୀଙ୍କୁ ପିଆଜର ଫୁଲତୋଡ଼ା ଉପହାର ଦେଲେ ସ୍ୱାମୀ

Ratnamani Maharana

ଚନ୍ଦ୍ରଭାଗାରେ ଅଲିଭ୍ ରି‌ଡ୍‌ଲେଙ୍କ ବାଟ ଓଗାଳିଛି ଇକୋ ରିଟ୍ରିଟ୍

Ratnamani Maharana

ଆସନ୍ତା ୯ ତାରିଖ ଯାଏଁ ବେହାଲ କରିବ ବର୍ଷା

Ratnamani Maharana

ଜାପାନରେ ‘ହଗିବିସ୍’ର ତାଣ୍ଡବ

Ratnamani Maharana

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

Ratnamani Maharana