30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍

ସୀତାରାମ ମୁର୍ମୁଙ୍କ ଶରୀର ମିଳିନାହିଁ ବୋଲି କହିଲେ ସ୍ୱତନ୍ତ୍ର ରିଲିଫ୍ କମିସନର୍

ଓଡ୍ରାଫର ଅଣ୍ଡର ୱାଟର ଡାଇଭର ଭାବେ କାର୍ଯ୍ୟରତ ସୀତାରାମ ମୁର୍ମୁ (୩୫)ଙ୍କ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା। ସେ ନିଜର ଟୁଇଟରରେ ଲେଖିଛନ୍ତି, ମୋ କାର୍ଯ୍ୟାଳୟରୁ ପ୍ରାପ୍ତ ନିଖୋଜ ଓଡ୍ରାଫ୍ର ବ୍ୟକ୍ତିଙ୍କ ବିଷୟରେ ଉପରୋକ୍ତ ସୂଚନା ମୁଁ ଭୁଲ୍ ମନେ କରୁଛି। ଗୋଟିଏ କ୍ଷୟପ୍ରାପ୍ତ ଶରୀର ମିଳିଛି ଯାହା ପରିବାର ଦ୍ୱାରା ଚିହ୍ନଟ ହୁଏ ନାହିଁ। କିନ୍ତୁ ଶ୍ରୀ ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ମିଳିନାହିଁ। ଆଗରୁ ଏଭଳି ଭୁଲ ସୂଚନା ପ୍ରଦାନ କରାଯାଇଥିବାରୁ ମୁଁ ଗଭୀର ଦୁଃଖିତ।’

 

ସୂଚନାଯୋଗ୍ୟ, ସୀତାରାମ ମୁର୍ମୁ (୩୫) ଓଡ୍ରାଫ୍ର ଅଣ୍ଡର ୱାଟର ଡାଇଭର ଭାବେ ବେଶ୍ ଚର୍ଚ୍ଚିତ। ସେ ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିଥିବା ରେକର୍ଡ ରହିଛି ତାଙ୍କ ନାଁରେ। କିନ୍ତୁ ଗତକାଲି ପାଣି ଭିତରେ ତାଙ୍କୁ ଶେଷ ନିଶ୍ବାସ ତ୍ୟାଗ କରିବାକୁ ପଡ଼ିଥିଲା ବୋଲି କୁହାଗଲା। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବାବେଳେ ସେ ଚାଉଳିଆଗଞ୍ଜରେ ରହୁଛନ୍ତି। ପରିବାର କହିଲେ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ।

ପଢନ୍ତୁ: ପିପିଲି ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ହେଭିୱେଟ ନେତା

Related posts

୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ

Ratnamani Maharana

ଆସନ୍ତା ୯ ତାରିଖ ଯାଏଁ ବେହାଲ କରିବ ବର୍ଷା

Ratnamani Maharana

ଆଜି କଳାହାଣ୍ଡି ପାଳୁଛି ନୁଆଁଖାଇ, ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More