News

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ହେଲେ ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର

M

ଭାରତୀୟ ପାଣିପାଗ ବିଭାଗର ସର୍ବୋଚ୍ଚ ପଦରେ ଓଡ଼ିଆ। ଓଡିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର  ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅଗଷ୍ଟମାସ ଏକ ତାରିଖରୁ ସେ (ଆଇଏମ୍‌ଡି )(ଡିଜି) ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି । ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ମୃତ୍ୟୁଞ୍ଜୟଙ୍କର ବହୁ ଆକଳନ ଠିକ୍ ପ୍ରମାଣିତ ହୋଇଛି।

ଫାଇଲିନ୍, ତିତିଲି ଓ ଫନି ବାତ୍ୟାର ସଠିକ ପୂର୍ବାନୁମାନ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର | ଏବେ କିନ୍ତୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଓଡିଆ ଅଫିସର ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ ’ ରୂପେ ପରିଚିତ। ଅକ୍ଟୋବର ୧୨, ୨୦୧୩ ର ଫାଇଲିନ୍ ବାତ୍ୟା, ଅକ୍ଟୋବର ୧୨, ୨୦୧୪ ହୁଡ୍ ହୁଡ୍ ବାତ୍ୟା ଓ ଅକ୍ଟୋବର ୧୧, ୨୦୧୮ ର ତିତଲି ବାତ୍ୟାର ସଠିକ ଆକଳନ କରିବାରେ ସଫଳତା ହାସଲ କରିଥିଲେ। ଏହି ତିନୋଟି ପ୍ରମୁଖ ବାତ୍ୟାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆଗୁଆ ସୂଚନାର ଆକଳନ ସଠିକ ରହିଥିଲା ଏବଂ ତାଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଅନେକ ଧନଜୀବନ ରକ୍ଷା ହୋଇପାରିଥିଲା।

ପଢନ୍ତୁ: ଆଜି ବିଶ୍ଵ ପରିବେଶ ଦିବସ

Related posts

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ENO Beuro

ଭାରତକୁ ଚେତାବନୀ ଦେଲା ଆମେରିକା

Ratnamani Moharana

ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

ENO Beuro

1 comment

Leave a Comment