SPORTS

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କୁ ବିଶ୍ରାମ,ବାଦ୍ ପଡିଲେ ଧୋନି

dhoni

ପ୍ରଥମଥର ପାଇଁ ଭାରତୀୟ ଟି-୨୦ ଦଳରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବାଦ ପଡିଛନ୍ତି। ନଭେମ୍ବର ୪ରୁ ଆରମ୍ଭ ହେବାକୁଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରୁ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ତେବେ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

dhoni

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚୟନ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି। କୋହଲି କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତର ଅଧିନାୟକତ୍ୱ କରିବେ।

ସୂଚନାଯୋଗ୍ୟ ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାରେ ଟିମରୁ ବାହାର କରି ଦିଆଯାଇଥିଲା । ରୋହିତ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ଟିମର ଅଂଶ ନଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଶୃଙ୍ଖଳାରେ ବିରାଟ କୋହଲି ଫେରିବେ । ଧୋନିଙ୍କ ସ୍ଥାନ ନେବେ ଋଷଭ ପନ୍ତ । ପନ୍ତଙ୍କ ବ୍ୟତୀତ ପାର୍ଥିବ ପଟେଲଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି ।

ପଢନ୍ତୁ;ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

Related posts

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro

ବେକରେ ଆଘାତ ଯୋଗୁଁ କାଉଣ୍ଟି ଖେଳିବେନି ବିରାଟ କୋହଲି !

ENO Beuro

ଦ୍ଵିତୀୟ କ୍ଵାଲିଫାୟରରେ କୋଲକାତା ନାଇଟ ରାଇଡର୍ସ !

ENO Beuro

Leave a Comment