26 C
Bhubaneswar
January 25, 2021
EnewsOdia.Com
ଖେଳ ଦେଶ ବିଦେଶ

ଜୈବିକ ଚାଷ କରୁଛନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନି ବହୁତ ଶୀଘ୍ର କ୍ରିକେଟ ମଇଦାନରେ ନଜର ଆସିବେ। ସେ ୨୦୨୦ ଆଇପିଏଲରେ ଧୁମ୍ ମଚାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ଧୋନି ମାର୍ଚ୍ଚ ୨ତାରିଖରେ ଟିମ୍ ସହ ନଜର ଆସିବେ। କିନ୍ତୁ ଏହା ପୂର୍ବରୁ ଧୋନିଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଫେସବୁକ୍ ଆକାଉଣ୍ଟରେ ଶେଆର୍ କରାଯାଇଥିବା ଏକ ଭିଡିଓରେ ଧୋନିଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି। ଧୋନି ଏବେ ଚାଷ କରିବା ପାଇଁ ଯୋଜନା କରୁଛନ୍ତି। କେବଳ ଏତିକି ନୁହେଁ, ସେ ଏହା ଉପରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ୩୮ ବର୍ଷୀୟ ଧୋନି ଜୈବିକ (ଅର୍ଗାନିକ୍‌) ଚାଷ ଆରମ୍ଭ କରିଛନ୍ତି ବର୍ତ୍ତମାନ ଧୋନି ନିଜର ହୋମ୍ ଟାଉନ୍ ରାଞ୍ଚିରେ ତରଭୁଜ ଓ ଭଣ୍ଡା ଲଗାଇବାର କଳା ଶିଖୁଛନ୍ତି। ଏପରି ଲାଗୁଛି ଯେପରି ଧୋନି ଏବେ ଅବସର ପରର ଯୋଜନା ଆରମ୍ଭ କରିଦେଇଛନ୍ତି।

ଭିଡିଓକୁ ଧୋନୀ ନିଜ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘ରାଞ୍ଚିରେ ୨୦ ଦିନରେ ତରଭୂଜ ଓ ଅମୃତଭଣ୍ଡାର ଜୈବିକ ଚାଷ ଆରମ୍ଭ କରିଛି। ପ୍ରଥମ ଥର କରିଥିବାରୁ ବହୁତ ଉତ୍ସୁକ ଅଛି’। ୨ ମିନିଟ୍‌ର ଏହି ଭିଡିଓରେ ଧୋନୀ ଚାଷ ଆରମ୍ଭ କରିବା ପୂର୍ବରୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ କ୍ରିକେଟରେ ବାହାରେ ଥିବା ଧୋନି ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେ ମଙ୍ଗଳବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିଥିଲେ।

ପଢନ୍ତୁ: ତେନ୍ଦୁଲକରଙ୍କୁ ମିଳିଲା ଲରିୟସ୍‌ ପୁରସ୍କାର

Related posts

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana

ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ

Ratnamani Maharana

ଦେଶର ପ୍ରଥମ ସିଡିଏସ୍‌ ହେଲେ ସେନାଧ୍ୟକ୍ଷ ବିପିନ୍‌ ରାଓ୍ୱତ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More