SPORTS

ମ୍ୟାଚ ହାରିବାପରେ ଆଖିରେ ଲୁହ , ଥରଥର ପାଦ ଏବଂ ମୁଣ୍ଡ ତଳକୁ ପୋତି ପଡିଆରୁ ବାହାରିଲେ ଧୋନି

Recipe

ଆଇସିସି ବିଶ୍ୱକପରେ ଭାରତୀୟ ଟିମର ଅଭିଯାନ ବିଶ୍ୱକପରେ ଶେଷ ହୋଇଛି। ଭାରତୀୟ ଟିମ୍ ବୁଧବାର ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଛି। ବୋଲିଂରେ ତ ଟିମ୍ ଇଣ୍ଡିଆ ଦମ୍ ଦେଖାଇଲା, କିନ୍ତୁ ବ୍ୟାଟିଂରେ ଫେଲ୍ ମାରିଲା। ସୋସିଆଲ୍ ମିଡିଆରେ ଗତକାଲିର ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । କିନ୍ତୁ ଏ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିକୁ ନେଇ ହେଉଛି । ପଡିଆରେ କ୍ୟାପଟେନ୍ କୁଲଙ୍କ କୁଲ୍ ଅନ୍ଦାଜ୍ ପାଇଁ ସେ ଖୁବ୍ ଲୋକପ୍ରିୟ । ବିଜୟ ହେଲେ ଅଧିକ ଉତ୍ସାହିତ ହେବା ଏବଂ ପରାଜୟ ହେଲେ ଶୋକ ମନାଇବା ଭଳି ବ୍ୟବହାର କେବେ ମାହିଙ୍କ ଠାରେ ଦେଖାଯାଇନାହିଁ । କିନ୍ତୁ ଗତକାଲି ମ୍ୟାଚ୍ ରେ ପରାଜୟ ହେବା ପରେ ତାଙ୍କ ବ୍ୟବହାରରେ ଯାହା ଦେଖାଯାଇଛି ତାହା ବୋଧହୁଏ ତାଙ୍କ ୧୫ ବର୍ଷ କ୍ୟାରିୟରରେ କେବେ ଦେଖାଯାଇନାହିଁ ।

Ms Dhoni Made 50 1562776853 800x420 1 768x403
Ms Dhoni

ରନ୍ ଆଉଟ୍ ପରେ ପବେଲିୟନ୍ ଫେରୁଥିବା ଧୋନି ଖୁବ୍ ଦୁଃଖିତ  ଜଣାପଡୁଥିଲେ । ତଳକୁ ମୁଣ୍ଡ ପୋତି କାନ୍ଦିବା ଅବସ୍ଥାରେ ସେ ଧିରେ ଧିରେ ମଇଦାନ ଛାଡିଥିଲେ । ଚାରି ଚାରିଟି ବିଶ୍ୱକପ୍ ରେ ଖେଳିଥିବା ମାହି ଗୋଟିଏ ମ୍ୟାଚରେ ଛକା ଲଗାଇ ଟିମ୍ କୁ ଜିତାଇଥିବା ବେଳେ ଆଉ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିଲେ କିନ୍ତୁ ତାଙ୍କର ଏଭଳି ଅବସ୍ଥା କେବେ ଦେଖାଯାଇନଥିଲା । ମ୍ୟାଚକୁ କିଛି ଲୋକ ସମାଲୋଚନା କରୁଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ପରାଜୟ ପରେ ବି ଧୋନି ଏବଂ ଜାଡେଜା କ୍ରିକେଟ୍ ପ୍ରେମୀଙ୍କ ପାଇଁ ହିରୋ ପାଲଟିଯାଇଛନ୍ତିି । ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଥିଲେ ବି ଲୋକଙ୍କ ହୃଦୟ ଜିତିନେଇଛନ୍ତି ଧୋନି ।

ପଢନ୍ତୁ: ରଥରେ ଶୟନ ମୁଦ୍ରାରେ ସେବାୟତ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

Related posts

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

ENO Beuro

ଚେନ୍ନାଇକୁ ୬ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

Ratnamani Moharana

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍ କୋହଲି

Ratnamani Moharana

Leave a Comment