SPORTS

ସାଇକେଲରେ ଷ୍ଟଣ୍ଟ୍‌ ଦେଲେ ଧୋନି

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହୋଇଛି। ଟି-୨୦ ଓ ଦିନିକିଆ ସିରିଜ ଶେଷ ହେବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ଵଦେଶ ବାହୁଡି ଆସିଛନ୍ତି। ବହୁ ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ତେଣୁ ଏବେ କ୍ରିକେଟରୁ ବିରତି ମିଳିବା ପରେ ଧୋନି ସହ ସମୟ ବିତାଉଛନ୍ତି।

ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ଧୋନୀ ନିଜର ସାଇକେଲ ଷ୍ଟଣ୍ଟ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ସହ କେବଳ ମଜା ପାଇଁ ସେ ଏହା କରିଛନ୍ତି ଓ ଆପଣ ଏହାକୁ କରି ପାରିବେ ବୋଲି ଲେଖିଛନ୍ତି । ଏହି ଭିଡିିଓରେ ଧୋନୀ ଏକ ଚଷମା ପିନ୍ଧିବା ସହ ହେଡ଼୍‍ଫୋନ ଲଗାଇଥିବାର ଦେଖା ଯାଇଛି। ଷ୍ଟଣ୍ଟ ଆରମ୍ଭ କରିବା ପୂର୍ବରୁ ସେ ନିଜ ପାଟିରେ ଏକ କାଠପଟା ରଖିବା ସହ ନିଜ ଚାରି ପାଖରେ ଏକ ଚାରି କଣିଆ କାଠ ରଖିଥିବା ଦେଖିବାକୁ ମିଳିଛି । ସବୁ ପ୍ରସ୍ତୁତି ପରେ ସାଇକେଲ ପେଡ଼ାଲ ନ ମାରି ସେ ଆଗକୁ ବଢ଼ୁଛନ୍ତି । ନିଜର ମନୋରଞ୍ଜନ ପାଇଁ ଧୋନୀ କରୁଥିବା ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ପଢନ୍ତୁ;ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞ ଅକ୍ଷୟ ଭେଙ୍କଟେଶଙ୍କୁ ‘ଫିଲ୍ଡ ମେଡାଲ୍‌’ ପୁରସ୍କାର

Related posts

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

ENO Beuro

ଫିଫା ମାନ୍ୟତା:ଶୀର୍ଷରେ ଫ୍ରାନ୍ସ

ENO Beuro

ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି

ENO Beuro

Leave a Comment