Celebs News

ଜନ୍ମାଷ୍ଟମୀରେ ବଂଶୀ ବଜାଇଲେ ମହେନ୍ଦ୍ର ସିଂହ ଧୋନି

Dhoni1

ଅଗଷ୍ଟ ୨୩ ଆଉ ୨୪ ଦୁଇଦିନ ଧରି ଜନ୍ମାଷ୍ଟମୀ  ପାଳନ କରାଯାଉଥିବାରୁ ସାରାଦେଶ ଏବେ ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର। ଏଥିରୁ ବାଦ୍ ପଡି ନାହାଁନ୍ତି ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି। ସିଏ ବି ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାରେ ବୁଡ଼ିଥିବା ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ବଂଶୀ ବି ବଜାଇଛନ୍ତି ଧୋନି।

ଧୋନିଙ୍କ ବଂଶୀ  ବଜାଇବା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଧୋନି ବଂଶୀ ବଜାଉଥିବା ବେଳେ ଟିମ୍‌ ଇଣ୍ଡିଆର କେତେକ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖାଯାଇଛି।

କଳା ଚଷମା ସାଙ୍ଗକୁ ବ୍ଲୁ ଜର୍ସି ପିନ୍ଧି ଧୋନି ସାଜିଥିଲେ ମଡନ୍ କୃଷ୍ଣ। ଧୋନି ବଂଶୀ ତ ବଜାଉଛନ୍ତି। କିନ୍ତୁ କୌଣସି ତ୍ରୁଟି ଯୋଗୁ ଭିଡିଓଟିର ଅଡିଓ ଶୁଭୁ ନାହିଁ। ଯାହାକୁ ନେଇ ବିଭିନ୍ନ ପ୍ରକାର ମଜାଳିଆ କଥା ମଧ୍ୟ ଶୁଣିବାକୁ ମିଳୁଛି। ତେବେ TEAM MS DHONI #Dhoni ଟ୍ୱିଟର୍‌ ହେଣ୍ଡେଲ୍‌ରେ ଅପ୍‌ଲୋଡ୍ ହୋଇଥିବା ୭ ସେକେଣ୍ଡରେ ଏହି ଭିଡିଓଟିକୁ ହଜାରେରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ପଢନ୍ତୁ: ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

Related posts

Ollywood Reel Romances That Turned Into Real Romances

ENO Beuro

Odia singer Ananya Nanda’s musical career

Jitendra

Arpita Kar Ollywood Actress

Jitendra

Leave a Comment