ଗୁପ୍ଚୁପ୍ ପରଷିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ। କାରଣ କଥାଟା ଏମିତି ଯେ କେହିବି ଶୁଣିଲେ ସେମାନଙ୍କୁ ଟିକେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲ୍ଦ୍ୱୀପରେ। ଯେଉଁଠି ଧୋନି ଏବେ ପରିବାର ଓ ବନ୍ଧୁଙ୍କ ସହ ମାଲ୍ଦ୍ୱୀପ୍ରେ ଛୁଟି କଟାଉଛନ୍ତି। ଧୋନିଙ୍କ ଗୁପ୍ଚୁପ୍ ପ୍ରସ୍ତୁତ କରିବାର ଭିଡିଓ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳୁଛି, ଧୋନି, ନିଜ ହାତରେ ଗୁପ୍ଚୁପ୍ରେ ଆଳୁ ପୂରାଉଛନ୍ତି। ଏହାପରେ ଏଥିରେ ଖଟା ପାଣି ମିଶାଇ ପୂର୍ବତନ କ୍ରିକେଟର ଆର୍ପି ସିଂଙ୍କ ପ୍ଲେଟ୍ରେ ଏହାକୁ ରଖୁଛନ୍ତି। ଏଭଳି ଭାବରେ ଗୁପ୍ଚୁପ୍ ପ୍ରସ୍ତୁତ କରି ଏହାକୁ ପରଷିବା ନେଇ ଧୋନିଙ୍କ ଫ୍ୟାନ୍ସମାନେ ବହୁତ ପ୍ରଶଂସା କରିଛନ୍ତି। ଜଣେ ଫ୍ୟାନ୍ସ ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଗୁପ୍ଚୁପ୍ ଖାଉଥିବା ଲୋକେ କେତେ ଭାଗ୍ୟବାନ୍ ? ଏହାଦେଖି ମୋତେ ଇର୍ଷା ହେଉଛି।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏମ୍ଏସ୍ ଧୋନି ଆପଣ ଶୀଘ୍ର ଗ୍ରାଉଣ୍ଡ୍ରେଆ ନଜର ଆସନ୍ତୁ। ଆମେ ଆପଣଙ୍କର ଖେଳ ଦେଖିବାକୁ ଚାହୁଁଛୁ।’
ପଢନ୍ତୁ: ପୁଣି ଜୋରିମାନା ଦେଲା ଟିମ୍ ଇଣ୍ଡିଆ
2 comments