SPORTS

ସ୍ୱାଧୀନତା ଦିବସରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି

K

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ  ଲେପ୍ଟନାଣ୍ଟ କର୍ଣ୍ଣଲ ମହେନ୍ଦ୍ର ସିଂହ ଧୋନୀ  ଏବେ ଦକ୍ଷୀଣ କାଶ୍ମୀର ର ବିକ୍ଟର ଫୋର୍ସରେ ପ୍ରଶିକ୍ଷଣ ନେଉଛନ୍ତି । ତେବେ ଧୋନୀ ଟେରିଟୋରିୟଲ୍‌ ଆର୍ମୀରେ ନିଯୁକ୍ତି ହେବା ନେଇ କ୍ରିକେଟରୁ ଦୁଇ ମାସ ବିଶ୍ରାମ ନେଇଛନ୍ତି ।

Ms Dhoni
Ms Dhoni

ତେବେ ବର୍ତ୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ୱାଧୀନତା ଦିବସ  ଅବସରରେ ଲଦାଖରେ ପତାକା ଉଡ଼ାଇବେ। ଭାରତୀୟ ସ୍ଥଳସେନାରେ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ଧୋନୀ ସ୍ଥଳସେନାରେ କାମ କରିବା ପାଇଁ କ୍ରିକେଟରୁ ୨ ମାସ ଛୁଟି ନେଇଛନ୍ତି । ଜୁଲାଇ ୩୦ ତାରିଖ ଠାରୁ ସେ ଜର୍ସି ଓହ୍ଲାଇ ଆର୍ମି ୟୁନିଫର୍ମ ପିନ୍ଧି ସେନାରେ ଯୋଗ ଦେଇଥିଲେ । ଅଗଷ୍ଟ ୧୫ ତାରିଖ ହେଉଛି ସେନାରେ ତାଙ୍କର ଶେଷ ଦିନ ।

ଧୋନୀଙ୍କୁ ନେଇ ସ୍ଥଳସେନାର ଜଣେ ଅଧିକାରୀ କହିଛନ୍ତି ଯେ , ଧୋନୀ ଭାରତୀୟ ସେନାର ବ୍ରାଣ୍ଡ ଆମ୍ବାସଡ଼ର । ସେ ଯବାନମାନଙ୍କୁ ସବୁବେଳେ ଉତ୍ସାହିତ କରିବା ସହ ସୈନ୍ୟଙ୍କ ସହ ଫୁଟବଲ୍ ଏବଂ ଭଲିବଲ୍ ଖେଳୁଛନ୍ତି । ଟ୍ରେନିଙ୍ଗ୍ ସମୟରେ ମଧ୍ୟ ସେ ଖୁବ୍ ପରିଶ୍ରମ କରୁଛନ୍ତି । ସେନାରେ ତାଙ୍କର ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୧୫ ରେ ସେ ଲଦାଖ୍ ରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ୱିକ୍ଟର ଫୋର୍ସ ସହ ଜଡିତ ହୋଇଥିବା ଧୋନୀ ୟୁନିଟ୍ ର ସବୁଠାରୁ ଆତଙ୍କ ପ୍ରଭାବିତ ଜିଲ୍ଲା ସୋପିୟାଁ ଏବଂ ଅନନ୍ତନାଗରେ କାର୍ଯ୍ୟରତ ଅଛନ୍ତି ।

ପଢନ୍ତୁ: ରାଜ୍ୟରେ ସାଂଘାତିକ ବିଦ୍ୟୁତ ସଙ୍କଟ: ଆଗକୁ ବ୍ୟାପକ ପାୱାରକଟ୍ ଆଶଂକା

Related posts

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

ଏଥର ଆଇପିଏଲ ଇନିଂସ୍ ଓପନ୍ କରିବେ ରୋହିତ ଶର୍ମା

Ratnamani Moharana

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ

ENO Beuro

Leave a Comment