• Home
  • News
  • ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍
News

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍

ଗତକାଲିଠୁ ଖୋଲିଲା ମୋଗଲ ଗାର୍ଡେନ୍ ।

ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍ ପୁଣି ଥରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଗଲ୍ ଗାର୍ଡେନର ବାର୍ଷିକୋତ୍ସବକୁ ଉଦଘାଟନ କରିଛନ୍ତି । ଏହି ସମୟରେ କୋବିନ୍ଦଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ପରେ ଉଭୟ ମୋଗଲ୍ ଗାର୍ଡେନ୍ ଭିତରେ ବୁଲି ଦେଖିଥିଲେ ।

ବିଶ୍ୱର ସବୁଠୁ ସୁନ୍ଦର ଗୋଲାପ ବଗିଚା ମଧ୍ୟରେ ଅନ୍ୟତମ ମୋଗଲ ଗାର୍ଡେନରେ ପ୍ରାକୃତିକ ଶୋଭାରାଜିକୁ ଅନେକ ସମୟ ଧରି ଉପଭୋଗ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀ ସବିତା କୋବିନ୍ଦ । ଏଥର ଉଦ୍ୟାନୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଟ୍ୟୁଲିପ୍ ବଲବ ।

ଏହା ଫେର୍ବୁଆରୀ ୬ ରୁ  ମାର୍ଚ୍ଚ ୯ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୯.୩୦ରୁ ଅପରାହ୍ନ ୪ ଟା ଯାଏଁ ସର୍ବସାଧାରଣ ମୋଗଲ ଉଦ୍ୟାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ ପ୍ରତ୍ୟେକ ସୋମବାର ଉଦ୍ୟାନ ବନ୍ଦ ରହିବା ସହ ହୋଲି ଦିନ ମଧ୍ୟ ଉଦ୍ୟାନକୁ ବନ୍ଦ ରଖାଯିବା ନେଇ ସୂଚନା ଦିଆଯାଇଛି ।ତେବେ ମାର୍ଚ୍ଚ ୯ରେ ଏହି ସୁସଜ୍ଜିତ ଉଦ୍ୟାନକୁ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଖୋଲା ଯିବା ନେଇ ସୂଚନା ଦିଆଯାଇଛି ।

୧୫ ଏକର ଜମି ଉପରେ ନିର୍ମାଣ ହୋଇଥିବା ଏହି ମୋଗଲ ଉଦ୍ୟାନକୁ ଚଳିତବର୍ଷ ନେଦରଲାଣ୍ଡ୍ରୁ ଆମଦାନୀ ହୋଇଥିବା ଦଶହଜାର ପ୍ରକାରର ରଙ୍ଗୀନ ବଲ ସାହାଯ୍ୟରେ ସଜ୍ଜିତ କରାଯାଇଛି ।୧୫୯ ପ୍ରଜାତିର ଗୋଲାପ ଫୁଲ ଦ୍ୱାରା ଉଦ୍ୟାନର ଶୋଭାବଦ୍ଧ ର୍ନ ହୋଇଥିବାବେଳେ ସାହନାଇ ଓ ବନ୍ଦେ ମାତରମ ଧୂନି ଶୁଣିବା ସହିତ ଉଦ୍ୟାନରେ ଥିବା ଜଳଫୁଆରାରୁ ପାଣି ନିର୍ଗତ ହେଉଥିବା ଦେଖିବାକୁ ମିଳିଛି ।

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍ Mughal Gardens Delhi

ପଢନ୍ତୁ ;

ଆସନ୍ତୁ ଜାଣିବା ଆମ ଦୈନିକ ଜୀବନରେ ‘ସଂଗୀତ’ର ପ୍ରଭାବ କଣ ରହିଛି ?

Related posts

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

Krishna Kumar Manoj

ଉତ୍ତରପ୍ରଦେଶର ରାଏବରେଲି ଏନଟିପିସିରେ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ଶତାଧିକ ଆହତ

Krishna Kumar Manoj

ଭାରତ ଓ କୋରିଆ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More