News

ମୁକେଶ ଅମ୍ବାନୀ, ଫୋବର୍ସ ଇଣ୍ଡିଆ ତରଫରୁ ଦେଶର ଧନୀବ୍ୟକ୍ତି ତାଲିକାରେ ୧ମ

ଫୋବର୍ସ ଇଣ୍ଡିଆ ପତ୍ରିକା ତରଫରୁ ରିଲାଏନ୍ସ ଶିଳ୍ପଗୋଷ୍ଠୀର ମୁଖ୍ୟ ମୁକେଶ ଅମ୍ବାନୀ ଙ୍କୁ ଦେଶର ଧନୀ ବ୍ୟକ୍ତି ବୋଲି ଘୋଷଣା କରାଯାଇଛି  । ଗତ ଗୁରୁବାର (୦୪ ଅକ୍ଟୋବର )ରେ ଫୋବର୍ସ ଇଣ୍ଡିଆର ଏହି ଘୋଷଣା କରାଯାଇଥିଲା ।

ବିଗତ ୧୦ବର୍ଷ ମଧ୍ୟରେ ମୁକେଶଙ୍କ ସଂପତ୍ତି ୩୮ବିଲିୟନ ଡଲାର (ପାଖାପାଖି ୨.୫ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି । ଅମ୍ବାନୀ ୨୦୧୬ ରେ  ଟେଲିକମ ଜିଓ ର ଶୁଭାରମ୍ଭ କରିବା ପରେ ୧୩୦ମିଲିୟନ ଗ୍ରାହକ ଯୋଡ଼ିହୋଇଛନ୍ତି ଓ ତାଙ୍କୁ ଫୋବର୍ସର ତାଲିକାରେ ୧ ନମ୍ବରରେ ଆସିବାକୁ ସହଜ ହେଇଛି ।

ଫୋବର୍ସର ତାଲିକାରେ ୨ୟ  ସ୍ଥାନରେ  ଓ୍ଵିପ୍ରୋର ଅଜିମ ପ୍ରେମଜୀ ରହିଛନ୍ତି। ଅଜିମଙ୍କ ସମୁଦାୟ ସମ୍ପତ୍ତି ହେଉଛି ୧୯ବିଲିୟନ ଡଲାର। ଅଜିମ ୨ଟି ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ସେ ଏହି ତାଲିକାରେ ୪ର୍ଥ ସ୍ଥାନରେ ଥିଲେ। ସନ ଫାର୍ମାର ଦିଲ୍ଲୀପ ସିଙ୍ଗଭୀ(୧୨.୧ଡଲାର) ନିଜର ୨ୟ ସ୍ଥାନ ହରାଇ ୯ମ ସ୍ଥାନକୁ ଖସିଛନ୍ତି।

ତାଲିକାରେ ମୁକେଶଙ୍କ ସାନ ଭାଇ ଅନୀଲ ଅମ୍ବାନୀଙ୍କ ସ୍ଥାନ ଖସି ୪୫ନମ୍ବରରେ ରହିଛି । ଅନୀଲଙ୍କ ସମ୍ପତ୍ତି ୩.୧୫ବିଲିୟନ ଡଲାର। ୨୦୧୬ରେ ତାଙ୍କର ସ୍ଥାନ ୩୨ନମ୍ବରରେ ଥିବା ବେଳେ ଗତ ବର୍ଷ ୨୯ନମ୍ବର ଥିଲା।

ବାବା ରାମଦେବଙ୍କ ସହଯୋଗୀ ପତଞ୍ଜଳି ଆୟୁର୍ବେଦର ଆଚାର୍ଯ୍ୟ ବାଳକୃଷ୍ଣ ୪୮ନମ୍ବରରୁ ଡେଇଁ ୧୯ରେ ପହଞ୍ଚିଛନ୍ତି। ପତଞ୍ଜଳିର ସମ୍ପତ୍ତି ପହଞ୍ଚିଛି ୬.୫୫ବିଲିୟନ ଡଲାର ଅର୍ଥ ୪୩ହଜାର କୋଟି ଟଙ୍କାରେ।

୧୮.୪ବିଲିୟନ ଡଲାର ସହିତ ଫୋବର୍ସ ତାଲିକାର ୩ୟ ସ୍ଥାନରେ ଅଛନ୍ତି ହିନ୍ଦୁଜା ବ୍ରଦର୍ସ। ସେହିଭଳି ଲକ୍ଷ୍ମୀ ମିତ୍ତଲଙ୍କ ସ୍ଥାନ ୪ର୍ଥରେ ରହିଛି। ମିତ୍ତଲଙ୍କ ସମ୍ପତ୍ତି ୧୬.୫ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ, ପାଲୋଞ୍ଜି ମିସ୍ତ୍ରି ୫ମ ସ୍ଥାନରେ ରହି ୧୬ବିଲିୟନ ଡଲାରରେ ପହଞ୍ଚି ପାରିଛନ୍ତି।

ମୁକେଶ ଅମ୍ବାନୀ, ଫୋବର୍ସ ଇଣ୍ଡିଆ ତରଫରୁ ଦେଶର ଧନୀବ୍ୟକ୍ତି ତାଲିକାରେ ୧ମ   ମୁକେଶ ଅମ୍ବାନୀ, ଫୋବର୍ସ ଇଣ୍ଡିଆ ତରଫରୁ ଦେଶର ଧନୀବ୍ୟକ୍ତି ତାଲିକାରେ ୧ମ

ଦେଖନ୍ତୁ, ଓଡିଆ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ

Related posts

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର

Krishna Kumar Manoj

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More