News

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

ଗତକାଲି ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ତାଲିକାରୁ ଜଣାପଡିଛି ଯେ,ଚଳିତ ବର୍ଷ ଅରବପତି ଫୋର୍ବସ୍‌ ବାର୍ଷିକ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ରହିଛନ୍ତି ଆମାଜନ୍‌ର ସିଇଓ ଜେଫ୍‌ ବିଜୋସ୍‌।୧୯୯୪ରେ ବିଜୋସ୍‌ ଅନ୍‌ଲାଇନ୍‌ ବୁକ୍‌ ଷ୍ଟୋର୍‌ ଭାବେ ଆମାଜନ୍‌ ସଂସ୍ଥାପନ କରିଥିଲେ।

ତାଲିକାଅନୁଯାୟୀ,ଭାରତରେ ୧୨୧ ଅରବପତି ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ ରହିଛନ୍ତି। ଏଥିରେ ବିଶ୍ୱର ୨,୨୦୮ ଧନକୁବେରଙ୍କ ନାମ ପ୍ରକାଶ ପାଇଛି।

ଏହି ତାଲିକାରେ ବିଶ୍ୱସ୍ତରରେ ମୁକେଶଙ୍କ ନାମ ୧୯ତମ ସ୍ଥାନରେ ରହିଛି।

୨୦୧୭ରେ ମୁକେଶ ତାଲିକାର ୩୩ତମ ସ୍ଥାନରେ ଥିଲେ। ସେତେବେଳେ ତାଙ୍କର ସମ୍ପତ୍ତି ପରିମାଣ ୨୩.୨ ବିଲିୟନ୍‌ ଡଲାର ଥିଲା। ଏବେ ମୁକେଶଙ୍କ ସମ୍ପତ୍ତି ପରିମାଣରେ ୧୬.୯ ବିଲିୟନ୍‌ ଡଲାର ବୃଦ୍ଧି ହୋଇ ଏହା ୪୦.୧ ବିଲିୟନ୍‌ ଡଲାର ହୋଇଛି ବୋଲି ପତ୍ରିକାରେ ପ୍ରକାଶ ପାଇଛି।

ଗତବର୍ଷ ଭାରତରେ ୧୦୨ ଜଣ ଧନକୁବେରଙ୍କ ସମ୍ପର୍କରେ ପତ୍ରିକାରେ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଧନକୁବେରଙ୍କ ସଂଖ୍ୟା ୧୯ ବଢ଼ି ୧୨୧ରେ ପହଞ୍ଚିଥିବା ପତ୍ରିକାରେ ସୂଚିତ ହୋଇଛି। ଭାରତରେ ଦ୍ୱିତୀୟ ଧନକୁବେର ଭାବେ ଆଜ୍‌ମୀ ପ୍ରେମ୍‌ଜୀଙ୍କ ନାମ ପତ୍ରିକାରେ ପ୍ରକାଶପାଇଥିବାବେଳେ ତୃତୀୟ ସ୍ଥାନରେ ଲକ୍ଷ୍ମୀ ମିତ୍ତଲଙ୍କ ନାମ ରହିଛି। ସେହିପରି ଭାରତର ଶ୍ରେଷ୍ଠ ଧନୀ ମହିଳାଭାବେ ଜିନ୍ଦଲ ଷ୍ଟିଲ୍‌ର ସାବିତ୍ରୀ ଜିନ୍ଦଲଙ୍କ ନାମ ରହିଛି।

ତାଲିକାର ପ୍ରଥମ ସ୍ଥାନରେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ରହିଛନ୍ତି। ତାଙ୍କର ସମ୍ପତ୍ତି ପରିମାଣ ୧୧୨ ବିଲିୟନ୍‌ ଡଲାର ରହିଛି। ତାଙ୍କ ତଳେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ଏବଂ ନିବେଶକ ଓ୍ବାରେନ ବଫେଟ୍‌ଙ୍କ ନାମ ରହିଛି। ସେମାନଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୯୦ ବିଲିୟନ୍‌ ଡଲାର ଓ ୮୪ ବିଲିୟନ ଡଲାର ରହିଛି।

ପଢନ୍ତୁ;

ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଏହି ଅଭିନେତା

Related posts

Odisha CM Announced Rs 12 lakh Cash Award For Junior Para-Athlete Jayanti Behera

ENO Beuro

ଭାରତୀୟ ବାୟୁସେନାର ସାମିଲ ହେଲା ‘ଚିନୁକ୍ ହେଲିକପ୍ଟର’

Ratnamani Moharana

୧୩ରୁ ୧୬ ଯାଏ ବର୍ଷା ସହ ପବନ ସମ୍ଭାବନା

Ratnamani Moharana

1 comment

Leave a Comment