EnewsOdia.Com

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

ପ୍ରକାଶ ପାଇଛି ଫୋର୍ବସ୍‌ ପକ୍ଷରୁ ୨୦୧୯ ମସିହା ପାଇଁ ପ୍ରକାଶିତ ଧନୀଙ୍କ ତାଲିକା। ମୁକେଶ ଅମ୍ବାନୀ  ପୂର୍ବବତ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଭାରତର ଦ୍ୱିତୀୟ ଧନୀ ହୋଇଥିବା ବିଜ୍‌ନେସ୍‌ ପତ୍ରିକା ଫୋର୍ବସ୍‌ ପକ୍ଷରୁ କୁହାଯାଇଛି।  ଅମ୍ବାନୀ ଲଗାତାର ୧୨ଥର ପାଇଁ ଏହି ସଫଳତା ପାଇଛନ୍ତି। ୧୦୦ ଜଣିଆ ଏହି ତାଲିକାରେ ୬ ଜଣ ନୂଆ ସଦସ୍ୟ ଅଛନ୍ତି। ବିଜୁସ୍‌ ଆପ୍‌ର ବିଜୁ ରବୀନ୍ଦ୍ରନ୍‌, ହଲ୍‌ଦିରାମ୍‌ର ମନୋହର ଲାଲ୍‌ ଓ ମଧୁସୂଦନ ଅଗ୍ରୱାଲ ଏବଂ ଜାକୁଆର ରାଜେଶ ମେହରା ଏଥିରେ ସ୍ଥାନ ପାଇଛନ୍ତି।

ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅମ୍ବାନୀଙ୍କ ସମ୍ପତ୍ତି ୩.୭ ଲକ୍ଷ କୋଟି  ଟଙ୍କା ଥିବାବେଳେ ସେ ଅନ୍ୟ ଭାରତୀୟ କୋଟିପତିଙ୍କଠାରୁ ବହୁତ ଆଗରେ ଅଛନ୍ତି। ଅଜିମ୍‌ ପ୍ରେମ୍‌ଜୀ ଚଳିତ ବର୍ଷ ଧନୀ ତାଲିକାରେ ସବୁଠାରୁ ବେଶି ତଳକୁ ଖସିଛନ୍ତି। ସେ ନମ୍ବର ୨ରୁ ୧୭କୁ ଖସି ଆସିଛନ୍ତି। କିନ୍ତୁ ଏହା ବ୍ୟବସାୟିକ କ୍ଷତି ନୁହେଁ, ସେ ତାଙ୍କ ଦାତବ୍ୟ ଅନୁଷ୍ଠାନକୁ ୭୫୦ କୋଟି ଡଲାର ଦାନ କରିଦେବାରୁ ଏପରି ହୋଇଛି।

ପଢନ୍ତୁ: ଆଜି ଓଡିଶା ସଂଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ

ସମ୍ବନ୍ଧିତ ଖବର

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

ଜଷ୍ଟିସ୍‌ ବୋବଡେଙ୍କ ନାଁରେ ମୋହର, ୧୮ରେ ନେବେ ଶପଥ

Ratnamani Maharana

ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

Ratnamani Maharana

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana