News

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୩.୭୧ ଲକ୍ଷ କୋଟି ଟଙ୍କା

ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତ ବର୍ଷ ପ୍ରତିଦିନ ୩୦୦ କୋଟି ଟଙ୍କା ଲେଖାଏଁ ବଢିଛି। ବାର୍କଲେଜ ହୁରୁନ୍‍ ଇଣ୍ଡିଆ ଧନୀ ତାଲିକା ୨୦୧୮ ଦ୍ଵାରା ପ୍ରକାଶିତ ଏହି ରିପୋର୍ଟରୁ ଏହା ଜଣାପଡିଛି।

mukesh ଅମ୍ବାନୀ ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ mukesh

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୩ ଲକ୍ଷ ୭୧ ହଜାର କୋଟି ଟଙ୍କାର ସମ୍ପତ୍ତି ସହ ସପ୍ତମ ଥର ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଗୋଟିଏ ବର୍ଷରେ ତାଙ୍କର କମ୍ପାନୀ ସେୟାର ମୂଲ୍ୟ ୪୫% ବୃଦ୍ଧି ପାଇଛି। ତାଙ୍କ ପରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଏସ୍‍ପି ହିନ୍ଦୁଜା ଆଣ୍ଡ ଫାମିଲି, ଏଲଏନ୍‍ ମିତ୍ତଲ ଆଣ୍ଡ ଫାମିଲି ଓ ଅଜିମ ପ୍ରେମଜି ରହିଛନ୍ତି। ସେମାନଙ୍କ ସମ୍ପତ୍ତି ଯଥାକ୍ରମେ ୧ ଲକ୍ଷ ୫୯ ହଜାର କୋଟି, ୧ ଲକ୍ଷ ୧୪ ହଜାର କୋଟି ଏବଂ ୯୬ ହଜାର ୧୦୦ କୋଟି ଟଙ୍କା ରହିଛି। ଏହି ତାଲିକାରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କୁ ସାମିଲ କରାଯାଇଛି।

ଭାରତରେ ୮୩୧ ଜଣଙ୍କ ନିକଟରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ପଞ୍ଚମ ସ୍ଥାନରେ ଦିଲୀପ ସିଂଘଭୀ, ଷଷ୍ଠ ସ୍ଥାନରେ ଉଦୟ କୋଟାକ, ସପ୍ତମରେ ସାଇରସ୍‍ ଏସ୍‍ ପୁନାୱାଲା, ଅଷ୍ଟମରେ ଗୌତମ ଆଦାନୀ ଆଣ୍ଡ ଫାମିଲି ଏବଂ ନବମ ସ୍ଥାନରେ ଶାପୁର ପାଲୋନଜି ମିସ୍ତ୍ରି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି।

ପଢନ୍ତୁ; ଭାରତର ପ୍ରଶଂସା କଲେ ଟ୍ରମ୍ପ,କହିଲେ ମୋଦୀ ମୋର ଉତ୍ତମ ବନ୍ଧୁ

Related posts

ଉତ୍ତରାଖଣ୍ଡ: ୨୫୦ ମିଟର ଗଭୀର ଘାଟି ତଳକୁ ଖସିଲା ବସ୍,୧୦ ମୃତ

ENO Beuro

୪୬ଦିନ ପରେ ଘରକୁ ଫେରିଲେ ରିମା : ଶାଶୁ ଘରକୁ ଫେରିବି, ଝିଅ ପରି ରହିବି

ENO Beuro

ଧାଡିଦର୍ଶନକୁ ବିରୋଧ,ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More