News

ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମୁକେଶ ଅମ୍ବାନୀ

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଆଜି ଓଡିଶା ଗସ୍ତରେ ଆସିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ୍‌ର ଦ୍ଵିତୀୟ ସଂସ୍କରଣ ରେ ଯୋଗ ଦେବା ପାଇ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

mukesh

ଦିନ ୧୨.୪୫ରେ ଉଦବୋଧନ ଦେବାପରେ ମୁକେଶ ଅମ୍ବାନୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଝିଅ ବାହାଘର ନିମନ୍ତ୍ରଣପତ୍ର ଦେବେ। ଅପରାହ୍ନ ୩ଟାରେ ହେଲିକପ୍ଟର ଯୋଗେ ପୁରୀ ତାଳବଣିଆରେ ପହଞ୍ଚିବେ। କଡା ସୁରକ୍ଷା ବ୍ୟବସ୍ଥା ସହ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯିବ। ଭିତରକାଠ ପାଖରେ ଛିଡା ହୋଇ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ।

ସୂଚନାଯୋଗ୍ୟ, ଝିଅ ଇଶା ଅମ୍ବାନୀଙ୍କ ବାହାଘର ପାଇଁ ପୂର୍ବରୁ ମୁକେଶ କେଦାରନାଥ ଓ ବଦ୍ରିନାଥ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କୁ ନିମନ୍ତ୍ରଣପତ୍ର ଦେଇଛନ୍ତି । ମୁକେଶଙ୍କୁ ଆତିଥେୟତା ଦେବା ପାଇଁ ମନ୍ଦିର ପ୍ରଶାସନ ସବୁପ୍ରକାର ବନ୍ଦୋବସ୍ତ କରିଛି।

ପଢନ୍ତୁ;  ଉଦଘାଟନ ହେବ ‘ଗ୍ଲୋବାଲ କୁଲିଂ ଇନୋଭେସନ୍’ ଶିଖର ସମ୍ମିଳନୀ

Related posts

Odisha Government Announced : Schoolchildren To Get Uniform, Bicycle

ENO Beuro

ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More