EnewsOdia.Com

ନିର୍ଭୟା ଦୋଷୀଙ୍କ ସାଂଘାତିକ ଅଭିଯୋଗ, ଜେଲ୍‌ ଭିତରେ ମୁକେଶଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କରାଯାଇଥିଲା ବାଧ୍ୟ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତିହାର ଜେଲରେ ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ ମୁକେଶ ଫେବ୍ରୁଆରୀ ୧ର ଡେଥ୍‌ ଓ୍ଵାରେଣ୍ଟକୁ ଟାଳିବା ଓ ରାଷ୍ଟପତିଙ୍କୁ କ୍ଷମା ପ୍ରାର୍ଥନା ଖାରଜ ହେବା ବିରୋଧରେ ଗୁହାରୀ କରିଥିଲେ। କୋର୍ଟରେ ସେ ନେଇ ଶୁଣାଣି ଚାଲିଛି।

ରିପୋର୍ଟ ମୁତାବକ ମୁକେଶଙ୍କ ଓକିଲ ଅଞ୍ଜନା ପ୍ରକାଶ ଦାବି କରିଛନ୍ତି ଯେ ମୁକେଶଙ୍କୁ ନିର୍ଭୟାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରାଯାଇଥିଲା। ଓକିଲଙ୍କ କହିବାନୁସାରେ ଜେଲକୁ ଆସିବା ପରେ ତାଙ୍କୁ ଅନେକ ଥର ମାଡ଼ ମଧ୍ୟ ମରାଯାଇଛି।

Image result for mukesh akshaya

ସୂଚନାଯୋଗ୍ୟ ଯେ ନିର୍ଭୟା କେସ୍‌ରେ ୬ ଜଣ ଦୋଷୀ ଥିଲେ। ସେମାନଙ୍କ ମଧ୍ୟରେ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲେ। ଅନ୍ୟ ଜଣେ ନାବାଳକ ନିଜ ସଜ୍ଜା କାଟି ବାହାରକୁ ବାହାରି ସାରିଲାଣି। ଅନ୍ୟ ୪ ଜଣ ପବନ ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ ଠାକୁରଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ପୂର୍ବରୁ ଫାଶୀ ପାଇଁ ୨୨ ଜାନୁୟାରୀ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ପରେ ତାହା ଫେବ୍ରୁଆରୀ ୧କୁ ପରିବର୍ତ୍ତିତ ହୋଇଛି। ଏଣୁ ଆସନ୍ତା ୧ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ମିଳିବ ବୋଲି ଆଶା କରାଯାଉଛି।

ପଢନ୍ତୁ: ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

ସମ୍ବନ୍ଧିତ ଖବର

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର

Ratnamani Maharana

ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

Ratnamani Maharana

ଘରେ ବସି ଭୋଟ ଦେବେ ଦିଲ୍ଲୀର ବରିଷ୍ଠ ନାଗରିକ

Ratnamani Maharana

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

Ratnamani Maharana

ନିର୍ଭୟା ମାମଲାରେ ଦୋଷୀ ପବନର ଆବେଦନ ଖାରଜ

Ratnamani Maharana

ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲା ମା’, ଅସ୍ତ୍ରୋପଚାର ଶେଷ ହେବାପର୍ଯ୍ୟନ୍ତ ମା’କୁ ଜାବୁଡ଼ି ଧରିଥିଲା ଛୁଆ କୋଆଲା

Ratnamani Maharana