EnewsOdia.Com

ଦେଶର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ମୁୁକୁନ୍ଦ ନରଭାଣେ

୩ ବର୍ଷର କାର୍ଯ୍ୟକାଳ ପୂରା କରିବ ସହିତ ଆଜି ସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ ରାୱତ । ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ଆସନ୍ତାକାଲି ଦାୟିତ୍ୱ ନେବେ ବିପିନ ରାୱତ ।  ବିପିନ ରାୱତ ପଦରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ନରଭାଣେଙ୍କୁ ନିଯୁକ୍ତ କରାଯାଇଛି। ଦୀର୍ଘ ତିନି ବର୍ଷ ଧରି ସେନାମୁଖ୍ୟ ଭାବେ ଦାୟିତ୍ବ ତୁଲାଇ ଆସୁଥିବା ବିପିନ ରାୱତ ପଦରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ନରଭାଣେଙ୍କୁ ନିଯୁକ୍ତ କରାଯାଇଛି।

ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି(ମଙ୍ଗଳବାର) ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ମୁୁକୁନ୍ଦ ନରଭାଣେ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତ ନରଭାଣେଙ୍କୁ ନିଜର ଦାୟିତ୍ବ ସମର୍ପଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାବ୍ୟତୀତ ନରଭାଣେଙ୍କୁ ଜଣେ ସକ୍ଷମ ଅଧିକାରୀ ବୋଲି କହି ବିପିନ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ଭାରତୀୟ ସେନାର ବିପିନ ରାୱତ ସେନାଧ୍ୟକ୍ଷ ଥିବା ବେଳେ ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଥିଲେ ମନୋଜ ମୁୁକୁନ୍ଦ। ନିଜର ୩୭ ବର୍ଷର ସାମରିକ ସେବାରେ ଲେପ୍ଟନାଣ୍ଟ ଜେନେରାଲ ନାରାଭାଣେ ବିଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟକରିଛନ୍ତି ।

ପଢନ୍ତୁ: ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍

 

ସମ୍ବନ୍ଧିତ ଖବର

ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା, ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

Ratnamani Maharana

ଏବେ କରୋନା ଭାଇରସରୁ ରକ୍ଷା କରିବ Be A Batman ସୁଟ୍‌

Ratnamani Maharana

ପୁଣି ବଢିପାରେ ପେଟ୍ରୋଲ, ଡିଜେଲ୍ ଦର; ଗ୍ରାହକ ବୋହିବେ ବିଏସ-୬ ବୋଝ

Ratnamani Maharana

ଫାଶୀ ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌

Ratnamani Maharana