News

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

By Krishna Kumar Manoj

April 03, 2018

ଶିଶୁ ପୁତ୍ରକୁ ଦେଢ ବର୍ଷ ପୂର୍ବେ ପୋଷ୍ୟ ରୁପେ ଗ୍ରହଣ କରିଥିଲେ

ମଧ୍ୟପ୍ରଦେଶର ଭୋପାଳଠାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଏକ ମା’ ନିଜ ଛୁଆକୁ ଗୋରା କରିବା ପାଇଁ ପଥରରେ ଜୋରରେ ରଗଡିକି ଶିଶୁଟିର ଶରୀରକୁ ଖଣ୍ଡିଆ କରିଦେଇଛି । ଏହି ଘଟଣା ଲୋକଲୋଚନକୁ ସେତବେଳେ ଆସିଲା କି, ଯେତବେଳେ ପୋଲିସ ଏବଂ ଚାଇଲଡ ଲାଇନକୁ ଫୋନ କରି ମହିଳାଙ୍କ ବଡ ଭଉଣୀ ଏହି ବିଷୟରେ ଜଣାଇଲା ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସୁଧା ତିୱାରୀ ଏକ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ସେ ଏହି ଶିଶୁକୁ ଉତରାଖଣ୍ଡର ମାତୃଛାୟାରୁ ପାଖାପାଖି ଦେଢ ବର୍ଷ ପୂର୍ବେ ପୋଷ୍ୟ ରୁପେ ଗ୍ରହଣ କରିଥିଲେ ।

ଅଭିଯୋଗକାରିଣୀ  ସୋଭନା ଶର୍ମା କହିଛନ୍ତି କି ଅଭିଯୁକ୍ତ ସୁଧା ଶିଶୁଟିକୁ ପୋଷ୍ୟଭାବେ ଗ୍ରହଣ କରି ଭୋପାଳ ଆଣିଥିଲେ । ସେ ଆରମ୍ଭରୁ ଶିଶୁଟିର କଳାରଙ୍ଗ ଉପରେ ଅସନ୍ତୁଷ୍ଟ ଥିଲେ । ଶିଶୁଟିର କଳାରଙ୍ଗ ଦୁର କରିବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ ।

କିନ୍ତୁ କୌଣସୀ ଥିରେ ସଫଳତା ପାଇ ନଥିଲେ । ଏହା ପରେ ତାଙ୍କୁ କିଏ ଉପଦେଶ ଦେଇଥିଲା କି ଶିଶୁଟିର ଶରୀରକୁ  କଳା ପଥରରେ ରଗଡିଲେ ଶିଶୁଟି ଗୋରା ହୋଇଯିବ । ଏହା ପରେ ମହିଳା ଜଣକ ଶିଶୁଟିକୁ କଳା ପଥରରେ ଘସିବା ଆରମ୍ଭ କରିଦେଲେ । ସେଥିରେ ଶିଶୁଟିର ଶରୀରରେ ବଡ ବଡ ଖଣ୍ଡିଆ ହୋଇଗଲା ।

ଶେଭନାଙ୍କ ଅଭିଯୋଗ ଏହା ଯେ, ‘ନିୟମ ଅନୁସାରେ ପୋଷ୍ୟ ଗ୍ରହଣ କରିବା ପରେ ମାତୃଛାୟା ତରଫରୁ ଶିଶୁଟିର ଭଲମନ୍ଦ କଥା ବୁଝିବା ଦରକାର ଥିଲଶ କିନ୍ତୁ ଏହା କରାଯାଇ ନଥିଲା । ସେ କହିଛନ୍ତି କି ସୁଧାକୁ ବୁଝାଇବା ପରେ ମଧ୍ୟ ସେ ମାନି ନଥିଲେ । ସେଥିପାଇଁ  ତାଙ୍କୁ ପୋଲିସ ଓ ଚାଇଲ୍ଟ ଲାଇନ ପାଖକୁ ଯିବାକୁ ପଡିଲା ।

ପୋଲିସ ଏବଂ ଚାଇଲ୍ଡ ଲାଇନକୁ ମିଳିଲା ସେତେବେଳେ ସେମାନେ ଆସି ଶିଶୁଟିକୁ ମୁକ୍ତ କରିଥିଲେ ଓ ଶିଶୁଟିକୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ ।

ପଢନ୍ତୁ ;

୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ