News

ଇନ୍ଧନ ଶେଷ ହେବାର ମାତ୍ର ୫ ମିନିଟ୍‌ ପୂର୍ବରୁ ଲକ୍ଷ୍ନୌରେ ଅବତରଣ କଲା ଭିସ୍ତାରା ବିମାନ

Untitled 1

ସୋମବାର ସନ୍ଧ୍ୟାରେ ଖରାପ ପାଗ ଯୋଗୁଁ ଅବତରଣ କରି ନ ପାରି ଦିଲ୍ଲୀ ଆକାଶରେ ଏକ ଘଣ୍ଟାରୁ ଅଧିକ କାଳ ଚକ୍କର୍‌ କାଟିବା ପରେ ମୁମ୍ବାଇରୁ ୧୫୩ ଜଣ ଯାତ୍ରୀ ନେଇ ଯାଇଥିବା ଗୋଟାଏ ଭିସ୍ତାରା ବିମାନ  ସେଠାରୁ ଲକ୍ଷ୍ନୌ ଓ ଲକ୍ଷ୍ନୌରୁ ପ୍ରୟାଗରାଜ ଯାଇ ପୁଣି ଲକ୍ଷ୍ନୌକୁ ଫେରି ଅବରତଣ କରିଥିଲା। ସେତେବେଳକୁ ବିମାନରେ ଆଉ ମାତ୍ର ୫ ମିନିଟ୍‌ ଉଡ଼ାଣ ପାଇଁ ଇନ୍ଧନ ଥିବାରୁ ପାଇଲଟ୍‌ ‘ମେ ଡେ’ ଆଲର୍ଟ ବଜାଇଥିଲେ। ଖରାପ ପାଗ ଯୋଗୁଁ କମ୍ ଦୃଶ୍ୟତା ଥିବାରୁ ଦିଲ୍ଲୀରେ ଅବତରଣ କରାଇ ନ ପାରି ପାଇଲଟ୍ ‘ୟୁକେ୯୪୪’ ବିମାନକୁ ଲକ୍ଷ୍ନୌ ନେଇ ଯାଇଥିଲେ, କିନ୍ତୁ ସେଠାରେ ମଧ୍ୟ ହଠାତ୍ ଦୃଶ୍ୟତା କମିଯିବାରୁ ନିରାପଦ ଅବତରଣ ସମ୍ଭବ ହୋଇ ନ ଥିଲା।

ମୁମ୍ବାଇରୁ ଆସିବା ବେଳେ ବିମାନରେ ଥିଲା ୮, ୫୦୦ କିଲୋ ଇନ୍ଧନ ଏବଂ ଲକ୍ଷ୍ନୌରେ ଅବତରଣ କରିବା ବେଳେ ଥିଲା ମାତ୍ର ୨୦୦ କିଲୋ ଅର୍ଥାତ୍‌ ମାତ୍ର ୫ ମିନିଟ୍‌ ଉଡ଼ାଣ ପାଇଁ। ବିମାନ ଚଳାଚଳ ବିଶେଷଜ୍ଞ ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟତଃ ଏ-୩୨୦ ଏନଇଓ ଏୟାରବସ ବିମାନ ମୁମ୍ୱାଇରୁ ଦିଲ୍ଲୀ ଯାଉଥିଲେ ୬୦ ମିନିଟର ଅତିରିକ୍ତ ଇନ୍ଧନ ନେଇ ଉଡ଼ାଣ ଭରିଥାଏ। ଏହି ଅତିରିକ୍ତ ଇନ୍ଧନ ମୁଖ୍ୟତଃ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର ହୋଇଥାଏ। କିନ୍ତୁ ଭିସ୍ତାରର ଏହି ବିମାନରେ ଆବଶ୍ୟକ ପରିମାଣର ଇନ୍ଧନ ନଥିଲା ବୋଲି ଜଣାପଡ଼ିଛି।

ପଢନ୍ତୁ: ଆସାମରେ ଜଳ ତାଣ୍ଡବ: କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭାସୁଛନ୍ତି ପଶୁ

 

 

Related posts

ଲଗାଣ ବର୍ଷା ପାଇଁ ସୁନ୍ଦରଗଡ ଏବଂ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ଛୁଟି

ENO Beuro

‘ଫନି’ ପାଇଁ ଓଡିଶାବାସୀଙ୍କୁ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ପୁଣି ଥରେ ଉଠିଲା ପ୍ରଶ୍ନ, ଗର୍ଭଗୃହର ଫଟୋ ଭାଇରାଲ

ENO Beuro

Leave a Comment