‘ମଣିକର୍ଣ୍ଣିକା’ର ରିଲିଜକୁ ବମ୍ବେ ହାଇକୋର୍ଟଙ୍କ ସବୁଜ ସଙ୍କେତ

mani

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ବହୁଚର୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’କୁ ବମ୍ବେ ହାଇକୋର୍ଟରୁ ବଡ ଧରଣର ଆଶ୍ଵସ୍ତି ମିଳିଛି।  ଫିଲ୍ମକୁ ନେଇ ଚାଲିଥିଲା ବିବାଦ। ତଥ୍ୟରେ ତ୍ରୁଟି ଦର୍ଶାଇ ଏହାକୁ ରିଲିଜ୍‌ ନ କରିବାକୁ ଏକ ମାମଲା ଦାୟର କରାଯାଇଥିବା ବେଳେ ଏହାର ଶୁଣାଣି ପାଇଁ କୋର୍ଟ ୨ ସପ୍ତାହ ସମୟ ନେଇଥିଲେ। ଗୁରୁବାର ଉକ୍ତ ମାମଲାର ଶୁଣାଣି କରି କୋର୍ଟ ଫିଲ୍ମ ରିଲିଜ୍‌ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

mani

ଉଲ୍ଲେଖଯୋଗ୍ୟ,ଯୋଦ୍ଧା ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରୀତ ଏହି ମୁଭିରେ ଲକ୍ଷ୍ମୀବାଇଙ୍କ ରୋଲ୍‌ ପ୍ଲେ କରିଛନ୍ତି ବଲିଉଡ଼ କ୍ୱିନ୍‌ କଙ୍ଗନା ରଣାଓ୍ଵତ୍‌। କ୍ରିସ୍‌ ଓ କଙ୍ଗନାଙ୍କ ନିର୍ଦ୍ଦେଶିତ ଏହି ମୁଭିରେ କଙ୍ଗନାଙ୍କ ସହ ଅତୁଲ କୁଲକର୍ଣ୍ଣି ଓ ଜିସୁ ନଜର ଆସିଛନ୍ତି। ୧୮୭୫ର ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀ ଓ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ତାଙ୍କ ଦମ୍ଭ ଓ ଯୁଦ୍ଧର ଦୃଶ୍ୟ ଦେକିବାକୁ ମିଳିଛି ମୁଭିରେ। ଟ୍ରେଲର ରିଲିଜ୍‌ ପରଠାରୁ ହିଁ ମୁଭିକୁ ନେଇ ବଲିଉଡ ଲଭର ବେଶ ଏକ୍ସାଇଟେଡ୍‌ ଥିଲେ। ଏବେ ମୁଭି କ୍ରୀୟୁଙ୍କ ଏକ୍ସପେଟେସନ୍‌ ଲେବଲ୍‌ ଟଚ୍‌ କରିପାରିବ ବୋଲି ଆଶା କରାଯାଉଛି।

ପଢନ୍ତୁ; ସହିଦ ଲାନ୍ସ ନାଏକ ୱାନିଙ୍କୁ ‘ଅଶୋକ ଚକ୍ର’

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More