SPORTS

ଚଳିତ ବର୍ଷ ଆଇପିଏଲ୍‌ ଚାମ୍ପିଅନ୍‌ ହେଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେଲା ମୁମ୍ବାଇ

ଆଇପିଏଲ୍‌  ଫାଇନାଲ ଫାଇଟ୍‌ରେ ଦେଖିବାକୁ ମିଳିଲା ହାଇଭୋଲ୍‌ଟେଜ୍‌ ଟକ୍କର । ଚେନ୍ନାଇ ସୁପର୍ କିଙ୍ଗସ୍  ଚଳିତ ଆଇପିଏଲର ଟାଇଟଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧ ରନରେ ପରାସ୍ତ ହୋଇଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ଆଇପିଏଲ୍ ଟାଇଟଲ୍ ଜିତି ରେକର୍ଡ ସ୍ଥାପନ କରିଛି।

ନାଟକୀୟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ମୁମ୍ବାଇ । ଏହି ବିଜୟ ଲକ୍ଷ୍ୟ ନେଇ ପ୍ରଥମେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇ । ମାତ୍ର  ୧୪୮ ରନ୍‌ କରିବାରେ ହିଁ ସକ୍ଷମ ହୋଇଥିଲା ଚେନ୍ନାଇ । ଏହି ବିଜୟ ସହ ମୁମ୍ବାଇ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ମୁକୁଟ ପିନ୍ଧିଥିଲା। କୋଲକାତା ନାଇଟ୍ ରାଇଡର୍ସର ଆନ୍ଦ୍ରେ ରସେଲ୍‌ଙ୍କୁ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଥିଲା। ଆଇପିଏଲ୍‌ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡି‌ଆନ୍ସକୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା।
ପଢନ୍ତୁ: ପୁଣି କଳିଙ୍ଗ ଷ୍ଟାଡିୟମରେ ହେବ ହକି ଫାଇଟ୍

Related posts

ଟି-୨୦ ସିରିଜ ପୋଛିନେଲା ଭାରତ

Ratnamani Moharana

ଆଇସିସି ଟେଷ୍ଟ ମାନ୍ୟତା: ସପ୍ତମକୁ ଉଠିଲେ ଅଶ୍ଵିନ

ENO Beuro

ପୁଣି ରୂପା ଜିତିଲେ ଦୂତି,୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ

ENO Beuro

Leave a Comment